ରାଉରକେଲା: ଗୁରୁବାରଠାରୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମଠାରେ ଜାତୀୟ ଉପକନିଷ୍ଠ ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ଗ୍ରୁପ୍‌ ଇ’ ରେ ଥିବା ଓଡ଼ିଶା ତାର ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ହାସଲ କରିଛି। କେରଳ ବିପକ୍ଷ ଏହି ମ୍ୟାଚ୍‌କୁ ଓଡ଼ିଶା ୨୦-୦ରେ ଜିତିଛି। ଦ୍ବିତୀୟ ମିନିଟରେ ସୋନାଲି ଏକ୍କା ପେନାଲଟି କର୍ଣ୍ଣରରୁ ପ୍ରଥମ ଗୋଲ୍‌ ଦେଇଥିଲେ।

Advertisment

ଏହାପର ଦଳ ଗୋଲ୍‌ ବର୍ଷା ଜାରି ରଖିଥିଲା। ଡଲି ଭୋଇ ସର୍ବାଧିକ ୫ (୧୫, ୨୪, ୨୯, ୩୮, ୫୫ ମିନିଟ୍‌) ଗୋଲ ଦେଇଥିବାବେଳେ ଦୀପିକା ବାରୱା ୩(୧୦, ୨୬, ୫୪ ମିନିଟ୍‌), ଜ୍ୟୋତି ଖାଖା ୩ (୧୯, ୨୫, ୬୦ ମିନିଟ୍‌), କରୁଣା ମିଞ୍ଜ ୨ (୪୦, ୪୧ମିନିଟ୍‌), ବିନତୀ ମିଞ୍ଜ ୨ (୬, ୩୫ ମିନିଟ୍‌), ଜାହ୍ନବୀ ବାଡ଼ା ୨୮ ମିନିଟ୍‌, ଦୃପତୀ ନାୟକ ୧୩ ମିନିଟ୍‌, ନୀଶା ଡାଡେଲ ଗୋଟିଏ ୧୮ ମିନିଟ୍‌ ଓ ଅମୀଷା ଏକ୍କା ୪୪ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। କେରଳ ଗୋଟିଏ ବି ଗୋଲ୍‌ ପରିଶୋଧ କରିପାରିନଥିଲା। ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ମଣିପୁର ୩-୦ ଗୋଲରେ ଗୁଜରାଟକୁ, ପଞ୍ଜାବ ୩-୦ ଗୋଲ୍‌ରେ ଆନ୍ଧ୍ରପ୍ରଦେଶକୁ, ଗୋଆ ୨୫-୦ ଗୋଲ୍‌ରେ ଚଣ୍ଡିଗଡ଼କୁ ହରାଇଛନ୍ତି। ପ୍ରଥମ ଦିନରେ ୫୧ ଗୋଲ୍‌ ସ୍କୋର ହୋଇଥିଲା ବେଳେ ୭ ଜଣ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି।