ଜାତୀୟ କନିଷ୍ଠ କୁସ୍ତି ଲାଗି ଓଡ଼ିଶା ଦଳ

ଭୁବନେଶ୍ବର,: ଗୁଜୁରାଟରେ ଫେବ୍ରୁଆରି ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଜାତୀୟ କନିଷ୍ଠ କୁସ୍ତି ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ଘୋଷିତ ହୋଇଛି। ଖୋର୍ଧା ଜିଲ୍ଲା କୁସ୍ତି ସଂଘ ପକ୍ଷରୁ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଅନୁଷ୍ଠିତ ଏହି ଚୟନ ଶିବିରକୁ ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣମୋହନ ପାତ୍ର, ସନ୍ତୋଷ ସାହୁ, ପ୍ରକାଶ ମହାରଣା ପରିଚାଳନା କରିଥିଲେ। ଖେଳାଳିମାନଙ୍କୁ ରାଜ୍ୟ କୁସ୍ତି ସଂଘ ସାଧାରଣ ସମ୍ପାଦକ ବିନୋଦ ଦାସ, ଉପ ସଭାପତି ସନ୍ତୋଷ କୁମାର ଦାସ, କୋଷାଧ୍ୟକ୍ଷ ଦେବେନ୍ଦ୍ର ସାହୁ, କିଶୋର ବେହେରା, ଭରତ ଭୂଷଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଶା ଦଳ: ବାଳକ-ସଦାଶିବ ବାରିକ, କୃଷ୍ଣଚନ୍ଦ୍ର ଖୁଣ୍ଟିଆ, କରମା ଦାସ, ଲୋକନାଥ ପାଢ଼ୀ, କାହ୍ନୁଚରଣ ସୋରେନ, କାଳୀପ୍ରସାଦ ବେହେରା, ଜ୍ୟୋତିଦିବନ ଜେନା, ଶିବଶଙ୍କର ପୂଜାପଣ୍ଡା, ଅଭିଷେକ ନାୟକ, ପୂର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟ। ବାଳିକା-ରୋଜାଲିନ୍‌ ପାଲ, ଅର୍ଚନା ପଟ୍ଟନାୟକ, ଶିବାନୀ ଜେନା, ବନିତା ପାତ୍ର, ପୂଜା ମହାରଣା, ଚିନ୍ମୟୀ ସାମଲ, ମଧୁସ୍ମିତା ଦେବନାଥ, ବିଉଟି ସାମଲ, ରାଜମହିଣୀ ମୁଖି, ଶିଳ୍ପା ସାହୁ।

ସମ୍ବନ୍ଧିତ ଖବର