ଭୁବନେଶ୍ବର: ହିମାଚଳ ପ୍ରଦେଶର ମଣ୍ଡିସ୍ଥିତ ପାଡାଲ ସ୍ପୋର୍ଟ୍ସ ଗ୍ରାଉଣ୍ଡରେ ଆୟୋଜିତ ୨୨ତମ ଜାତୀୟ ଉପକନିଷ୍ଠ ଉଷୁ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୧ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ କାଂସ୍ୟ ସହ ମୋଟ ୮ ପଦକ ଜିତିଛନ୍ତି। ଏକମାତ୍ର ସ୍ବର୍ଣ୍ଣ ଟି ୩୯ କେଜି ବାଳିକା ବର୍ଗରେ ସ୍ବେତାରାଣୀ ମହାନ୍ତଙ୍କୁ ମିଳିଥିଲା। ୨୧ କେଜି ବାଳିକାରେ ସାବିନା ମୁଣ୍ଡା ରୌପ୍ୟ ଏବଂ ୪୫ କେଜିରେ ସବିତା ମୁଣ୍ଡା କାଂସ୍ୟ ଜିତିଥିଲେ। ବାଳକରେ ଅମିତ ବାବାଙ୍ଗା (୩୩ କେଜି) ରୌପ୍ୟ, ସାୟନ ମହାନ୍ତ (୨୧ କେଜି), ପପୁ ମୁଣ୍ଡା (୨୪ କେଜି), ଯୋଗେଶ୍ବର ମହାନ୍ତ (୨୭ କେଜି) ଓ ମଦନ ମୁଣ୍ଡା (୩୯ କେଜି) କାଂସ୍ୟ ପଦକ କରାୟତ୍ତ କରିଥିଲେ। ଓଡ଼ିଶାରୁ ଏହି ପ୍ରତିଯୋଗିତାରେ ୩୨ ଖେଳାଳି ୬ ଅଫିସିଆଲ୍ ଅଂଶଗ୍ରହଣ କରିଥିଲେ। ସୁଜନ ରଥ ଓ କୃଷ୍ଣ ସାହୁ ପ୍ରବନ୍ଧକ ଏବଂ ପଙ୍କଜ ମହାନ୍ତ ଓ ଉଦୟନାଥ ରାଉତ ପ୍ରଶିକ୍ଷକ ଭାବେ ଦଳ ସହ ଏହି ଗସ୍ତ କରିଥିଲେ। ପ୍ରଦ୍ୟୁମ୍ନ ବେହେରା ମୁଖ୍ୟ ଜଜ୍ ଓ ଅନୁରାଧା ଦୋରା ଜଜ୍ ଭାବେ ପ୍ରତିଯୋଗିତା ପରିଚାଳନା କରିଥିଲେ।
ଜାତୀୟ ଉପକନିଷ୍ଠ ଉଷୁ: ଓଡ଼ିଶାକୁ ୮ ପଦକ
/sambad/media/post_attachments/wp-content/uploads/2022/07/54h65h46sf54hf65hfsfhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)