ଜାତୀୟ କନିଷ୍ଠ କୁସ୍ତି ପାଇଁ ଓଡ଼ିଶା ଦଳ

କଟକ: ରାଜସ୍ଥାନର କୋଟାରେ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ଜାତୀୟ ୧୫ବର୍ଷରୁ କମ୍‌ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ବାଳକ ଓ ବାଳିକା ଦଳ ରାଜସ୍ଥାନ ଯାତ୍ରା ଆରମ୍ଭ କରିଛନ୍ତି। ବାଳକ ବିଭାଗରେ ୩୮ କିଗ୍ରାରେ ସୂର୍ଯ୍ୟକାନ୍ତ ମଲ୍ଲିକ, ୪୧ କିଗ୍ରାରେ ରାକେଶ ବାରିକ, ୪୪ କିଗ୍ରାରେ ପ୍ରିୟଜିତ ପାତ୍ର, ୪୮ କିଗ୍ରାରେ ବିଶ୍ବଜିତ ଦେ, ୫୨ କିଗ୍ରାରେ ବାପି ଦାସ, ୫୭ କିଗ୍ରାରେ ଅଜିତ ଭୂୟାଁ ସ୍ଥାନ ପାଇଛନ୍ତି। ଦଳ ସହିତ କାଳନ୍ଦି ମାଳିଆ (ପ୍ରଶିକ୍ଷକ), ସନ୍ତୋଷ କୁମାର ଦାସ (ପ୍ରବନ୍ଧକ) ରାଜସ୍ଥାନ ଗସ୍ତ କରିଛନ୍ତି। ସେହିପରି ବାଳିକା ଦଳରେ ୩୬ କିଗ୍ରାରେ ସମୀକ୍ଷା ମହାରଣା, ୩୯ କିଗ୍ରାରେ ଲିପା ସାହୁ, ୪୨ କିଗ୍ରାରେ ଶୁଭଶ୍ରୀ ନାୟକ, ୪୬ କିଗ୍ରାରେ ଲକ୍ଷ୍ମୀପ୍ରିୟା ସି˚ହ, ୫୦ କିଗ୍ରାରେ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ପରିଡ଼ା, ପ୍ରଶିକ୍ଷକ ଅଜିନା ବେଗମ୍‌, ପ୍ରବନ୍ଧକ ଭାବେ ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ ଦଳ ସହିତ ଯାତ୍ରା କରିଛନ୍ତି। ଗତ ମେ’ ୨୧ ତାରିଖରେ ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇଣ୍ଡୋର ହଲ୍‌ରେ ଆୟୋଜିତ ହୋଇଥିବା ରାଜ୍ୟ ପ୍ରତିଯୋଗିତାରୁ ଏମାନଙ୍କୁ ଚୟନ କରାଯାଇଥିଲା। ଖେଳାଳିମାନଙ୍କୁ ଓଡ଼ିଶା କୁସ୍ତି ସ˚ଘର ସମ୍ପାଦକ ବିନୋଦ ଦାସ ଓ ଭାରପ୍ରାପ୍ତ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର