ସର୍ବଭାରତୀୟ ବେସାମରିକ କବାଡ଼ିରେ ଓଡ଼ିଶା ଅଭିଯାନ ଶେଷ

ଭୁବନେଶ୍ୱର: ହରିଆନାର ସୀର୍ସା ଦବଓ୍ଵାଡିସ୍ଥିତ ଚୌଧୁରୀ ଦଲବୀର ସିଂହ ଇନଡୋର୍‌ ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ବେସାମରିକ କଡ଼ାଡ଼ି ପ୍ରତିଯୋଗିତା (ପୁରୁଷ)ରେ ଓଡ଼ିଶା ଦଳ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି। ୪ ମ୍ୟାଚ୍‌ ଖେଳି ଦଳ ୨ ବିଜୟ ଓ ୨ ପରାଜୟ ବରଣ କରିଥିଲା। ହରିଆନାଠାରୁ ୧୮-୩୫ରେ ହାରି ଆଭିଯାନ ଆରମ୍ଭ କରିଥିବା ଓଡ଼ିଶା ୨୮-୨୧ ପଏଣ୍ଟ୍‌ରେ ଛତିଶଗଡ଼କୁ ପରାସ୍ତ କରିଥିଲା। ସେହିଭଳି ରାଜସ୍ଥାନକୁ ୨୯-୭ରେ ପରାସ୍ତ କରିଥିବାବେଳେ କେରଳ ନିକଟରୁ ୧୦-୨୦ରେ ହାରି ବିଦାୟ ନେଇଥିବା ଦଳର ପ୍ରବଂଧକ ସୁରେଶ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର