ଜାତୀୟ କାୟାକି˚ ଓ କାନୋଇ˚ରେ ଓଡ଼ିଶାକୁ ୪ ପଦକ

କଟକ: ଦିଲ୍ଲୀରେ ଆରମ୍ଭ ହୋଇଥିବା ୨୯ତମ ଜାତୀୟ କାନୋଇ˚ ସ୍ପ୍ରିଣ୍ଟ ପ୍ରତିଯୋଗିତାରେ ଓଡ଼ିଶାକୁ ୪ ପଦକ ମିଳିଛି। ୧୦୦୦ ମିଟର ମହିଳା ସି୪ରେ ସଲାମ ଆର୍ଶୀ ଦେବୀ, ସଚିମା କେର୍କେଟା, ନିତୁ ପ୍ରଭା ଟପ୍ପୋ, ହେଇସ୍‌ମାନ ବିଦ୍ୟାପତି ଚାନୁଙ୍କ ଯୋଡ଼ି ରୌପ୍ୟ ପଦକ ଜିତିଥିଲା ବେଳେ ୧୦୦୦ ମିଟର ମହିଳା କେ୪ରେ ଓଇନାମ ବିଦ୍ୟା ଦେବୀ, ଫୁଲମଣୀ ଖାଖା, ମୀନାମାଧୁରୀ ଟପ୍ପୋ, ସରୋଜିନୀ ଟପ୍ପୋଙ୍କ ଯୋଡ଼ିକୁ କା˚ସ୍ୟ, ୫୦୦ ମିଟର ପୁରୁଷ ସି୨ରେ ଗାନ୍ଥାଇ ସି˚ହ ଓ ସଲାମ ଦେବୀସନ୍‌ ସି˚ହଙ୍କ ଯୋଡ଼ି କା˚ସ୍ୟ ଏବ˚ ୫୦୦ ମିଟର ମହିଳା ସି୪ରେ ସଲାମ ଆର୍ଶୀ ଦେବୀ, ନିତୁ ପ୍ରଭା ଟପ୍ପୋ, ଏଲିନା ରାଉତ, ହେଇସ୍‌ମାନ ବିଦ୍ୟାପତି ଚାନୁ କା˚ସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଖେଳାଳିଙ୍କ ଏହି ସଫଳତା ପାଇଁ ରାଜ୍ୟ କାୟାକି˚ ଓ କନୋଇ˚ ସ˚ଘର ସମ୍ପାଦକ ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର