ଭୁବବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଅନୁଷ୍ଠିତ ଜାତୀୟ କରାଟେ ଶିବିର ଗୁରୁବାର ଉଦ୍ଯାପିତ ହୋଇଛି। କିଓ-ଓସ୍କା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦୁଇ ସପ୍ତାହ ବିଶିଷ୍ଟ ଶିବିରରେ ଦୁଇ ଥର ବିଶ୍ବ ବିଜେତା ଅମିର ମେହେଦୀଜାଦେ, ଜାତୀୟ ସଂଘ ସଭାପତି ହାନସି ଭରତ ଶର୍ମା, ଜାତୀୟ ପ୍ରଶିକ୍ଷକ ସେନସେଇ ସାୱନ କୁମାର, ସେନସେଇ ସନ୍ଦୀପ ଗାଡେ ପ୍ରଶିକ୍ଷଣ ଓ ଦିଗ୍ଦର୍ଶନ ଦେଇଥିଲେ। ଓଡିଶା ରାଜ୍ୟ କରାଟେ ସଂଘ ସଭାପତି ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, ରାଜ୍ୟ ସଂଘ ଯୁଗ୍ମ ସମ୍ପାଦକ କାଳି ପ୍ରସାଦ ନନ୍ଦ, ପ୍ରଦୀପ କୁମାର ସରକାର, ପ୍ରଶାନ୍ତ ଧଳ, ସମ୍ପାଦକ ଗୌରୀ ମହାନ୍ତି, ଦୀପକ ସାମନ୍ତରା, ସନ୍ତୋଷ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ। କରାଟେରେ ଅଭୂତପୂର୍ବ ସଫଳତା ହାସଲ କରିଥିବା ପ୍ରତ୍ୟେକ ଅନ୍ତର୍ଜାତୀୟ ଖେଳାଳି, ପ୍ରଣୟ ଶର୍ମା, ଆଲିଶା ଓ ଆଲିଶା ସୁବୁଦ୍ଧିଙ୍କୁ ୧୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ମୁଖ୍ୟ ପ୍ରଶିକ୍ଷଣ ଦାୟିତ୍ବ ନିଭାଇଥିବା ଅମିର ମେହେଦୀଜାଦେଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରଯାଇଥିଲା।
ଜାତୀୟ କରାଟେ ଶିବିର ଉଦ୍ଯାପିତ
ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ଅନୁଷ୍ଠିତ ଜାତୀୟ କରାଟେ ଶିବିର ଗୁରୁବାର ଉଦ୍ଯାପିତ ହୋଇଛି। କିଓ-ଓସ୍କା ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଦୁଇ ସପ୍ତାହ ବିଶିଷ୍ଟ ଶିବିରରେ ଦୁଇ ଥର ବିଶ୍ବ ବିଜେତା ଅମିର ମେହେଦୀଜାଦେ, ଜାତୀୟ ସଂଘ ସଭାପତି ହାନସି ଭରତ ଶର୍ମା....
/sambad/media/media_files/2025/08/29/adadzxzxzx-2025-08-29-03-26-41.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)