ଜାତୀୟ କରାଟେ:ଓଡ଼ିଶାକୁ ୩ ସ୍ବର୍ଣ୍ଣ, ୩ କାଂସ୍ୟ

ଭୁବନେଶ୍ବର: ଦିଲ୍ଲୀର ତାଲ୍‌କୋଟରା ଇନ୍‌ଡୋର ଷ୍ଟାଡିୟମ୍‌ରେ ମଙ୍ଗଳବାର ଅନୁଷ୍ଠିତ ଜାତୀୟ ଉପକନିଷ୍ଠ ଓ ବରିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଶା ୩ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛି। ମଧୁପ୍ରିୟା (ବାଳିକା ୧୨ ବର୍ଷ କାଟା), ଅର୍ପିତା ସିଂହ (ବାଳିକା ୧୩ ବର୍ଷ କାଟା) ଓ ରୀତେଶ ମହାନ୍ତି (ବାଳକ ୧୨ ବର୍ଷ ଫାଇଟ୍‌) ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ମହିଳା ଦଳଗତ କାଟାରେ (ଅନୁପମା ସ୍ବାଇଁ, ସୁସ୍ମିନି ପାଲଟାସିଂହ, ସିନ୍ଧୁ ତନୟା ଖୁର୍ଟିଆ), ମନୋଜ ବେହେରା (୧୨ ବର୍ଷ ବାଳକ କାଟା) ଓ ତ୍ରିଲୋଚନ ରଣା (୧୩ ବର୍ଷ ବାଳକ ଫାଇଟ୍‌) କାଂସ୍ୟ ପଦକ ଜିତିଛନ୍ତି। ପନକ ବିଜେତା ପ୍ରତିଯୋଗୀଙ୍କୁ ଓଡ଼ିଶା ରାଜ୍ୟ ସଂଘ ସଂପାଦକ ଡଃ ହରିପ୍ରସାଦ ପଟ୍ଟନାୟକ, ପ୍ରଶିକ୍ଷକ ରାଜୀବ ସିଂହ, ଖାରବେଳ ମଲ୍ଲିକ, ସନ୍ଦୀପ ମହାନ୍ତି, ଦୀପକ ସାମନ୍ତରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାର ଏକ ୪୭ ଜଣିଆ ଦଳ ଭାଗ ନେଇଛି। ସେଥିରେ ବରିଷ୍ଠ ବର୍ଗରେ ୧୪ ଓ ଉପକନିଷ୍ଠ ବର୍ଗରେ ୩୩ କରାଟେକା ସାମିଲ ଅଛନ୍ତି। ଏମାନଙ୍କ ବ୍ୟତୀତ ୬ ଜଣ ଅଫିସିଆଲ ଦଳ ସହ ଦିଲ୍ଲୀ ଯାତ୍ରା କରିଛନ୍ତି।

ସମ୍ବନ୍ଧିତ ଖବର