କଟକ: ଭୋପାଳରେ ଶେଷ ହୋଇଥିବା ୨୮ତମ ଜାତୀୟ କାୟାକିଂ ଓ କାନୋଇଂ ପ୍ରତିଯୋଗିତାରେ ଓଡ଼ିଶା ଦଳଗତ ଉପବିଜେତା ହୋଇଛି। ପ୍ରତିଯୋଗିତାରେ ମୋଟ ୧୪୭ ପଏଣ୍ଟ ପାଇ ଓଡ଼ିଶା ଏହି ସଫଳତା ପାଇଛି। ମଧ୍ୟପ୍ରଦେଶ ୨୩୧ ପଏଣ୍ଟ ସହ ଦଳଗତ ବିଜେତା ହୋଇଥିଲା। ଓଡ଼ିଶାରୁ ପ୍ରତିଯୋଗିତାରେ ୩୧ ଖେଳାଳି ଅଂଶଗ୍ରହଣ କରିଥିଲା ବେଳେ ମୋଟ ୩୬ ପଦକ ଜିତିଥିଲା। ସେଥିମଧ୍ୟରେ ୮ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୧୨ କାଂସ୍ୟ ପଦକ ସାମିଲ ରହିଛି। କାନୋଇଂ ପୁରୁଷ ଦଳରେ ରଂଜନ ବାରିକ, ରାଜେନ୍ଦ୍ର ନାଏକ, ଦିବ୍ୟରଂଜନ ଦଳେଇ, ସାନ୍ଥୋଇ ସିଂହ, ନାମରିକାମ ସିଂହ, ସଲାମ ସିଂହ, ରୋହିତ ଡୁଙ୍ଗଡୁଙ୍ଗ, ଓନିମା ଗାନ୍ଧୀ ସିଂହ, ସମିର କାଲିଆ ଓ ମହିଳା ଦଳରେ ଏଲିନା ରାଉତ, ବିଦ୍ୟାପତି ଚାନୁ, ସଚିମା କେର୍କେଟା, ସଲାମ ଆର୍ସିମା ଦେବୀ, ନିତୁ ଟପ୍ପୋ, କାୟାକିଂ ପୁରୁଷରେ ନାନୋ ମିତାଇ, ନିହାର ଜେନା, ନାଗସିପାମ, ରାହୁଲ ସିଂହ, ଦେବେନ୍ଦ୍ର ଦାସ, ସୌମ୍ୟା ମହାପାତ୍ର, ଦିବ୍ୟ ମହାନ୍ତି, ରିତିକ ସିଂହ, ରଂଜିତ ନାଏକ ଏବଂ ମହିଳାରେ ସରୋଜିନୀ ଟପ୍ପୋ, ରିନା ପୁଜାରୀ, ଅସ୍ମିତା କୁଜୁର, ଏଲିନା ଆଲ୍ରିକା ଟପ୍ପୋ, ଓନିମା ବିଦ୍ୟାଦେବୀ, ଫୁଲମଣି ଏକ୍କା, ଏସ୍ମା ବରାଳ, ନିକିତା ଟପ୍ପୋ ପଦକ ଜିତିଥିଲେ। ଦଳ ସହିତ ପ୍ରଶିକ୍ଷକ ଭାବେ ଜନ୍ସନ୍ ସିଂହ ଓ ପ୍ରବନ୍ଧକ ଭାବେ ରଘୁ ସିଂହ ଭୋପାଳ ଯାଇଥିଲେ। ଓଡ଼ିଶା ଦଳର ସମସ୍ତ ସଦସ୍ୟଙ୍କୁ ଉକ୍ତ ସଫଳତା ପାଇଁ ରାଜ୍ୟ ସଂଘ ସମ୍ପାଦକ ତଥା ଭାରତୀୟ ମହାସଂଘ ଉପ ସଭାପତି ବିପିନ ଦାଶ ଶୁଭେଚ୍ଛା ଜଣାଇଛନ୍ତି।
ଜାତୀୟ କାୟାକିଂରେ ଓଡ଼ିଶା ଉପବିଜେତା
/sambad/media/post_attachments/wp-content/uploads/2018/01/odisha-kayaking-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)