ସର୍ବଭାରତୀୟ କେଶବାନନ୍ଦ ସ୍ମାରକୀ ଚେସ୍‌ ୧୦ରୁ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଚେସ୍‌ ସଂଘ ପକ୍ଷରୁ ସପ୍ତମ କେଶବାନନ୍ଦ ସ୍ମାରକୀ ସର୍ବଭାରତୀୟ ଫିଡେ ରେଟିଂ ଓପନ୍‌ ଚେସ୍‌ ପ୍ରତିଯୋଗିତା ଏପ୍ରିଲ୍‌ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୁବନେଶ୍ୱରର ହୋଟେଲ୍‌ ଏମ୍ପାୟାର୍ସ ପରିସରରେ ଏହା ଖେଳାଯିବ ବୋଲି ଖୋର୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ ସୂଚନା ଦେଇଛନ୍ତି। ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରାୟ ୨୫୦ ଜଣ ଖେଳାଳି ଭାଗନେବେ ବୋଲି ଆଶା କରାଯାଉଛି। ମୋଟ ୭୨ ଜଣଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ। ବିଭିନ୍ନ ରେଟିଂ, ବୟସ ବର୍ଗରେ ଉଭୟ ବାଳକ ଓ ବାଳିକାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଅଣରେଟିଂ ଖେଳାଳିଙ୍କ ପାଇଁ ଏହି ସର୍ବଭାରତୀୟ ପ୍ରତିଯୋଗିତା ଏଲୋ ରେଟିଂ ଖାତା ଖୋଲିବାର ସୁବର୍ଣ୍ଣ ସୁଯୋଗ ଦେଇଛି। ୧୯୦୧ ଏଲୋ ରେଟିଂରୁ ଊର୍ଧ୍ୱ ଖେଳାଳିଙ୍କ ପାଇଁ ୨୫୦୦ ଟଙ୍କାର ପ୍ରବେଶିକା ଦେୟ ଏବଂ ହୋଟେଲ୍‌ ଏମ୍ପାୟାର୍ସରେ ମାଗଣା ରହିବା ବ୍ୟବସ୍ଥା କରାଯାଇଛି। କିନ୍ତୁ ଏହାଠାରୁ କମ୍‌ ରେଟିଂ ପିଲାଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ମାଗଣାରେ ଡର୍ମିଟରି ବ୍ୟବସ୍ଥା ରହିଛି। ରହଣି ବ୍ୟବସ୍ଥା ଉପଲବ୍‌ଧ କରୁନଥିବା ଖେଳାଳିଙ୍କ ପାଇଁ ୨୦୨୦ ଟଙ୍କା ପ୍ରବେଶିକା ଦେୟ ରଖାଯାଇଛି। ୯ ରାଉଣ୍ଡ୍‌ ବିଶିଷ୍ଟ ଏହି ପ୍ରତିଯୋଗିତା ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ AOCA େଓ୍ଵବ୍‌ସାଇଟ୍‌ କିମ୍ବା ଶ୍ରୀ ପଟ୍ଟନାୟକଙ୍କ ସହିତ ୯୮୬୧୩ ୯୧୨୫୮ ଏବଂ ୯୦୪୦୦ ୯୧୨୫୮ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର