ଭୁବନେଶ୍ବର: ପଶ୍ଚିମବଙ୍ଗର ଶିଲିଗୁଡିଠାରେ ସୋମବାର ଶେଷ ହୋଇଥିବା ରୌପ୍ୟ ଜୟନ୍ତୀ ବର୍ଷ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଓଡ଼ିଶା କନିଷ୍ଠ ବର୍ଗରେ ଦଳଗତ ବିଜେତା ଏବଂ ବରିଷ୍ଠ ଓ ଉପକନିଷ୍ଠ ବର୍ଗରେ ଉପବିଜେତା ହୋଇଛି। ଉପକନିଷ୍ଠ ବର୍ଗରେ ବେଙ୍ଗଲ ୧୫ ସ୍ବର୍ଣ୍ଣ ସହିତ ୫୩ ପଦକ ଜିତି ଶୀର୍ଷରେ ରହିଥିଲା। ଓଡ଼ିଶା ୧୦ ସ୍ବର୍ଣ୍ଣ, ୬ ରୌପ୍ୟ, ୧୭ କାଂସ୍ୟ ସହିତ ମୋଟ ୩୩ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଥିଲା। କନିଷ୍ଠ ବର୍ଗରେ କିନ୍ତୁ ଓଡ଼ିଶା ୮ ସ୍ବର୍ଣ୍ଣ, ୫ ରୌପ୍ୟ, ୪ କାଂସ୍ୟ ସହିତ ମୋଟ ୧୭ ପଦକ ସହ ଶ୍ରେଷ୍ଠ ରାଜ୍ୟ ବିବେଚିତ ହୋଇଥିଲା। ବେଙ୍ଗଲ ୬ ସ୍ବର୍ଣ୍ଣ ସହିତ ୨୨ ପଦକ ଜିତିଥିଲା। ବରିଷ୍ଠ ବର୍ଗରେ ଆସାମ ରାଇଫଲ୍ସ, ଓଡ଼ିଶା ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଥିଲେ। ଆସାମ ରାଇଫଲ୍ସ ୧୭ ସ୍ବର୍ଣ୍ଣ ସହିତ ୨୦ ପଦକ ଏବଂ ଓଡ଼ିଶା ୮ ସ୍ବର୍ଣ୍ଣ, ୬ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୨୦ ପଦକ ଜିତି ଦ୍ବିତୀୟ ସ୍ଥାନରେ ରହିଥିଲା। ଭାରତୀୟ କିକ୍ ବକ୍ସିଂ ସଂଘ ସଭାପତି ଏସ ଏସ୍ ହରିଚନ୍ଦନଙ୍କ ନେତୃତ୍ବରେ ପ୍ରଦ୍ୟୁମ୍ନ ବେହେରା, ପୃଥ୍ବୀରାଜ ହରିଚନ୍ଦନ, ବିଭୂତି ଭୂଷଣ ବେହେରା, ପଙ୍କଜ ମହାନ୍ତ, ସୁଧାଂଶୁ ପଣ୍ଡା, ଶୁଭେନ୍ଦୁ ସାମନ୍ତରାୟ, ଉଦୟନାଥ ରାଉତ, ସୁଜନ କୁମାର ରଥ, ସିଦ୍ଧାର୍ଥ ସାହୁ, ରାମଚନ୍ଦ୍ର ଗୌଡ଼, ଅନୁରାଧା ଦୋରା, ଉମାକାନ୍ତ ବେହେରା ପ୍ରମୁଖ ଅଧିକାରୀ ଭାବେ ଦାୟିତ୍ବ ନେଇଥିଲେ। ଓଡ଼ିଶାରୁ ଏକ ୮୦ ଜଣିଆ ଦଳ ଏହି ୪ ଦିନିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ।
ଜାତୀୟ କିକ୍ ବକ୍ସିଂ: ଓଡ଼ିଶା ଦଳଗତ ବିଜେତା
/sambad/media/post_attachments/wp-content/uploads/2019/11/d564gdas8g4sd89g74sd65g4sd564sd56g4sd56g4sd564gsd56g4sd564.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)