ଭୁବନେଶ୍ବର: ରାଜସ୍ଥାନର ଯୋଦ୍ଧପୁରରେ ଡିସେମ୍ବର ୨୮ରୁ ୨୦୨୨ ଜାନୁଆରି ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଆଇଏକେଓ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଓଡ଼ିଶା ଦଳଗତ ଭାବେ ଉପବିଜେତା ହୋଇଛି। ରାଜସ୍ଥାନ ବିଜେତା ହୋଇଛି। ଓଡ଼ିଶାର ୩୫ ଜଣିଆ ଦଳ ୭ ସ୍ବର୍ଣ୍ଣ ସହ ମୋଟ ୧୮ ପଦକ ଜିତିଥିଲେ। ଆଶୁତୋଷ ମହାରଣା ୨ ସ୍ବର୍ଣ୍ଣ ଜିତିଥିବା ବେଳେ କୃପାସିନ୍ଧୁ ବାରିକ, ସୌମ୍ୟରଂଜନ କାମିଲା, ବୈଶାଳୀ ବେହେରା, ସାଇ କୃଷ୍ଣ ଦାସ, ସୋନୁ ସା ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ପଦକ ଜିତିଥିଲେ। ଆର୍ଯ୍ୟନ ବିଶ୍ବାଳ, ଓମ୍ ମହାପାତ୍ର, ଅର୍ଚ୍ଚିତ ବରାଡ଼, ସୁମିତ ମହାନ୍ତି, ଅର୍ଚ୍ଚନା ପ୍ରିୟଦର୍ଶିନୀ ରାଉତ, ଶୁଭମ ଭୂତିଆ ରୌପ୍ୟ ପଦକ ଜିତିଥିଲେ। କୃପାସିନ୍ଧୁ ବାରିକ, ସୌମ୍ୟରଂଜନ କାମିଲା, ଆର୍ଯ୍ୟନ ବିଶ୍ବାଳ, ସ୍ବସ୍ତିକ ବେହେରା, ଶୁଭ୍ରାଂଶୁ ଓଝା ଗୋଟିଏ ଲେଖାଏଁ କାଂସ୍ୟ ପଦକ ହାସଲ କରିଥିଲେ ଅଲ୍ ଓଡ଼ିଶା କିକ୍ ବକ୍ସିଂ ଆସୋସିଏସନ୍ର ସାଧାରଣ ସମ୍ପାଦକ ବିଭୂତି ଭୂଷଣ ବେହେରା ସୂଚନା ଦେଇଛନ୍ତି।
ଜାତୀୟ କିକ୍ ବକ୍ସିଂ: ୭ ସ୍ବର୍ଣ୍ଣ ସହ ୧୮ ପଦକ ଜିତି ଓଡ଼ିଶା ଉପବିଜେତା
/sambad/media/post_attachments/wp-content/uploads/2022/01/65d4h65ad46g54g65dgddg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)