ବନ୍ତ: କଟକର ରାଇଜିଂ ଷ୍ଟୁଡେଣ୍ଟ୍ ଭଦ୍ରକ ଜିଲ୍ଲା ବନ୍ତସ୍ଥିତ ଶାନ୍ତି ୟୁଥ୍ ଆସୋସିଏସନ୍ ପକ୍ଷରୁ ନେତାଜୀ ମିନି ଷ୍ଟାଡିୟମ୍ଠାରେ ଆୟୋଜିତ ୨୧ତମ ସର୍ବଭାରତୀୟ କିଶୋର ନାୟକ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ବିଜେତା ହୋଇଛି। ରବିବାର ଫାଇନାଲ୍ରେ ଏହି ଦଳ ୫ ରନ୍ରେ ବିଶାଖାପାଟଣାର ପୂର୍ବତଟ ରେଳବାଇ ଦଳକୁ ପରାସ୍ତ କରିଥିଲା। ଟସ୍ ହାରି ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଣ୍ଟସ୍ ୪ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା। ପ୍ରଦୀପ୍ତ ଦାସ ୯୪ ଓ ଅବିନାଶ ନାୟକ ୨୯ ରନ୍ କରିଥିଲେ। ଜବାବରେ ପୂର୍ବତଟ ରେଳବାଇ ୧୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍ରେ ସୀମିତ ରହିଥିଲା। ଦୀପକ କୁମାର ୫୩ ରନ୍ ଓ ସାଇଶ୍ରବଣ ୨୦ ରନ୍ କରିଥିଲା ବେଳେ ପ୍ରଦୀପ୍ତ ଦାସ ୫ ୱିକେଟ୍ ଅକ୍ତିଆର କରିଥିଲେ। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ପ୍ରଦୀପ୍ତ ଦାସଙ୍କୁ ମ୍ୟାଚ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଅମ୍ପାୟାର ଲଲାଟ କେଶରୀ ନନ୍ଦ, ପ୍ରଦୀପ୍ତ କୁମାର ଜେନା ଖେଳ ପରିଚାଳନା କରିଥିଲା ବେଳେ ମ୍ୟାଚ୍ ରେଫରୀ ଭାବେ ବ୍ରଜକିଶୋର ମହାନ୍ତି ଦାୟିତ୍ବ ନିର୍ବାହ କରିଥିଲେ।
ସ୍କୋରର ଭାବେ ସସ୍ମିତା ସାହୁ, ଜ୍ୟୋତିରଞ୍ଜନ ଜେନା ଓ ଭାଷ୍ୟକାର ଭାବେ ସୁରେଶ ସ୍ୟାଣ୍ତିଲ୍, ସଞ୍ଜୟ ମଜୁମ୍ଦାର, ସୁଧାଂଶୁ ଶେଖର ମହାନ୍ତି, ଚିତ୍ତରଞ୍ଜନ ନାୟକ, ସୁଶାନ୍ତ ଜେନା ଓ ସେକ୍ ଆଝାରୁଦ୍ଦିନ୍ ଦାୟିତ୍ବ ନିର୍ବାହ କରିଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ପ୍ରାକ୍ତନ ପିସିସି ସଭାପତି ଜୟଦେବ ଜେନା, ପ୍ରାକ୍ତନମନ୍ତ୍ରୀ ମନମୋହନ ସାମଲ, ପ୍ରାକ୍ତନ ବିଧାୟକ ପଞ୍ଚାନନ ମଣ୍ତଳ, ହାଓଡା ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦାମୋଦର ମିଶ୍ର, ମହିଳା କଂଗ୍ରେସର ରାଜ୍ୟ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, କଂଗ୍ରେସ ଜିଲ୍ଲା ସଭାପତି ସୁବ୍ରତ ଦାସ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକୀ ହବିବ୍, ମହିଳା କଂଗ୍ରେସ ଜିଲ୍ଲା ସଭାନେତ୍ରୀ ସସ୍ମିତା ଚାନ୍ଦ, ସମାଜସେବୀ ସୁଶାନ୍ତ ରାଉତ, ହରପ୍ରସାଦ ମହାପାତ୍ର, ଉପଦେଷ୍ଟା ସୁଧାଂଶୁ ଶେଖର ନାୟକ, ସଭାପତି ଗୋବିନ୍ଦ ଚନ୍ଦ୍ର ବାରିକ, ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ବାଳ, ସରପଞ୍ଚ ମାନସୀରାଣୀ ରାଉତ ପ୍ରମୁଖ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଟୁର୍ଣ୍ଣାମେଣ୍ଟ କମିଟିର ସଭ୍ୟ ଲିପୁନ ବିଶ୍ବାଳ, ମଳୟ ଜେନା, ବିଜୟ ବଲ୍ଲଭ, ପୂର୍ଣ୍ଣ ବିଶ୍ବାଳ, ବିଶ୍ବଜିତ ଜେନା, ହନୁମାନ ସାହୁ, ଅଶୁତୋଷ ନାୟକ, ସାଇସତ୍ୟ ନାୟକ, ଭାଗିରଥୀ ନାୟକ, ସାଇପ୍ରସାଦ ସାହୁ, ନିକି ମୈକାପ, ଚିକୁ ବିଶ୍ବାଳ, ସଚିନ ବିଶ୍ବାଳ, ଅଭିଷେକ ନାୟକ, ଶେଷବ୍ରତ ନାୟକ ପ୍ରମୁଖଙ୍କ ସହ ଟୁର୍ଣ୍ଣାମେଣ୍ଟ୍ କମିଟିର ସମସ୍ତ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।