ଜାତୀୟ କୁଙ୍ଗ୍‌ ଫୁ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର: ଚଳିତ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତାମିଲନାଡ଼ୁର ମହିଶୂରରେ ହେବାକୁ ଥିବା ଜାତୀୟ କୁଙ୍ଗ୍‌ ଫୁ ପ୍ରତିଯୋଗିତା ଲାଗି ୬ ଜଣିଆ ଓଡ଼ିଶା ଦଳ ଘୋଷିତ ହୋଇଛି। ମନୋନୀତ ଖେଳାଳିମାନେ ହେଲେ ଚନ୍ଦନ ମହାନ୍ତି, ସୌରଭ ରଂଜନ ବେହେରା, ଅନୁରାଗ ଦାସ, ଅଭିଷେକ ପରମାଣିକ, ରାଜ କିଶୋର ଦାସ ଏବଂ ଧନଞ୍ଜୟ ଦେ। ମୁଖ୍ୟ ଅତିଥି ଭାବେ ରଘୁନାଥ ମହାନ୍ତି, ଜ୍ଞାନରଂଜନ ମହାନ୍ତି, ବିକ୍ରମ ପଣ୍ଡା ଏହି ଚୟନ ପ୍ରକ୍ରିୟା ବେଳେ ଉପସ୍ଥିତ ଥିଲେ। ଏମାନଙ୍କ ସହ ଓଡ଼ିଶା କୁଙ୍ଗ୍‌ ଫୁ ସଂଘର ସାଧାରଣ ସମ୍ପାଦକ ଆର୍‌ କେ ସାହୁ, ପ୍ରଶିକ୍ଷକ ନବ କିଶୋର ରାଉତ ଏବଂ ଟି କୁମାର ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର