ଜାତୀୟ କୁଂଫୁ: ଓଡ଼ିଶାକୁ ୧୩ ପଦକ

ଭୁବନେଶ୍ବର: ଦ୍ବାଦଶ ଜାତୀୟ କୁଂଫୁ ପ୍ରତିଯୋଗିତାରେ ଓଡ଼ିଶାକୁ ୫ ସ୍ବର୍ଣ୍ଣ, ୪ ଲେଖାଏଁ ରୌପ୍ୟ ଓ କାଂସ୍ୟ ସହ ମୋଟ ୧୩ ପଦକ ମିଳିଛି। ହାଇଦ୍ରାବାଦର ଗୋଚିବାଓଲି ଇନ୍‌ଡୋର ଷ୍ଟାଡିୟମରେ ଚଳିତ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୩ ଜଣ ଭାଗ ନେଇଥିଲେ। କନିଷ୍ଠ ବର୍ଗରେ ଅବିନାଶ ପ୍ରମାଣିକ ଯୁଗଳ ସ୍ବର୍ଣ୍ଣ ଜିତିଥିଲା ବେଳେ ଅନୁରାଗ ଦାସ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ ରୌପ୍ୟ, ରାଜକିଶୋର ଦାସ ୧ ରୌପ୍ୟ ଏବଂ ଦିବ୍ୟାଂଶ ଦାସ ୧ କାଂସ୍ୟ ପାଇଥିଲେ। ଉପକନିଷ୍ଠ ବାଳିକାରେ ମୌଲାଲି ଚାଟାର୍ଜୀ ସ୍ବର୍ଣ୍ଣ, ସ୍ବୟାଂଶୀ ମହାପାତ୍ର କାଂସ୍ୟ ଏବଂ ବାଳକରେ ସଂଶ୍ଲେସ ଏସ୍‌ ସାହୁ ସ୍ବର୍ଣ୍ଣ, ଶିବରଂଜନ ପଟ୍ଟନାୟକ କାଂସ୍ୟ ପଦକ କରାୟତ କରିଥିଲେ। ବରିଷ୍ଠ ବର୍ଗରେ ନୀତିଶ କୁମାର ମହାନ୍ତି ରୌପ୍ୟ ଏବଂ ସୁଜନ କୁମାର ରୌପ୍ୟ ଓ କାଂସ୍ୟ ପାଇଥିଲେ। ପ୍ରଶିକ୍ଷକ ନବକିଶୋର ରାଉତଙ୍କ ତତ୍ବାବଧାନରେ ଓଡ଼ିଶା ଦଳ ହାଇଦ୍ରାବାଦ ଗସ୍ତ କରିଥିଲା।

ସମ୍ବନ୍ଧିତ ଖବର