ଜାତୀୟ କୁଙ୍ଗ୍‌ ଫୁ: ଓଡ଼ିଶାକୁ ୩ ପଦକ

ଭୁବନେଶ୍ୱର: ତାମିଲନାଡ଼ୁର ମହିଶୂରରେ ଆୟୋଜିତ ଏକାଦଶ ଜାତୀୟ କୁଙ୍ଗ୍‌ ଫୁ ପ୍ରତିଯୋଗିତାରେ ଓଡ଼ିଶା ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ, ରୌପ୍ୟ ଏବଂ କାଂସ୍ୟ ସହ ମୋଟ ୩ ପଦକ କରାୟତ କରିଛି। ଲାଇଟ୍‌ ସାଣ୍ଡାରେ ଅନୁରାଗ ଦାସ ସ୍ୱର୍ଣ୍ଣ, ଅଭିଷେକ ପରିମାଣିକ ରୌପ୍ୟ ଏବଂ ରାଜକିଶୋର ଦାସ କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୬ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲା ବେଳେ ଓଡ଼ିଶା କୁଙ୍ଗ୍‌ ଫୁ ସଂଘର ସାଧାରଣ ସମ୍ପାଦକ ଆର୍‌ କେ ସାହୁ, ପ୍ରଶିକ୍ଷକ ନବ କିଶୋର ରାଉତ ଏମାନଙ୍କ ସହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର