ଜାତୀୟ ମାଷ୍ଟର୍ସ ଦୌଡ଼କୁଦ, ଓଡ଼ିଶାକୁ ୧୪ ପଦକ

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ଚଳିତ ମାସ ୫ରୁ ୧୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ୧୪ ପଦକ ମିଳିଛି। ସେଥିମଧ୍ୟରେ ୫ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୪ କାଂସ୍ୟ ସାମିଲ ରହିଛି। ଜାତୀୟ ମାଷ୍ଟର୍ସର ଏହି ୪୦ତମ ସଂସ୍କରଣରେ ଓଡ଼ିଶାରୁ ୩୩ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏହି ସଫଳତା ଲାଗି ଓଡ଼ିଶା ମାଷ୍ଟର୍ସ ଦୌଡ଼କୁଦ ସଂଘର ସଂପାଦକ ସନ୍ତୋଷ କୁମାର ଦାସ ସଫଳ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓଡ଼ିଶା ପାଇଁ ପଦକ ଜିତିଥିବା ଖେଳାଳିମାନେ ହେଲେ ଦେବାନନ୍ଦ ପାଇକ ( ୮୫ ବଷର୍ରୁ ଅଧିକ, ୮୦୦ ମିଟର ସ୍ବର୍ଣ୍ଣ, ୧୫୦୦ ମିଟର ରୌପ୍ୟ, ୪୦୦ ମିଟର କାଂସ୍ୟ), ଲକ୍ଷ୍ମଣ ସାହୁ (୭୦ ବର୍ଷରୁ ଅଧିକ, ୨୦୦ ମିଟର ରୌପ୍ୟ), ବିଏସ୍‌କେ ସାମଲ (୪୫ ବର୍ଷରୁ ଅଧିକ, ୪୦୦ ମିଟର ସ୍ବର୍ଣ୍ଣ, ୨୦୦ ମିଟର କାଂସ୍ୟ), କିଶୋର ଚନ୍ଦ୍ର ରଥ (୫୫ ବର୍ଷରୁ ଅଧିକ, ଲମ୍ବ ଡିଆଁ କାଂସ୍ୟ, ଟ୍ରିପଲ୍ ଜମ୍ପ ରୌପ୍ୟ), ମଦନ ଶର୍ମା (୪୦ ବର୍ଷରୁ ଅଧିକ, ଜାଭେଲିନ୍ ଥ୍ରୋ କାଂସ୍ୟ), ଛୋଟୁ ସିଂହ (୪୫ ବର୍ଷରୁ ଅଧିକ, ୩୦୦୦ ମିଟର ଷ୍ଟିପଲ୍ ଚେଜ୍ ସ୍ବର୍ଣ୍ଣ), ସଞ୍ଜୟ କୁମାର ମହାପାତ୍ର (୩୫ ବର୍ଷରୁ ଅଧିକ, ଜାଭେଲିନ୍ ଥ୍ରୋ ସ୍ବର୍ଣ୍ଣ), ଟୁକୁ ସେଠୀ (୩୫ ବର୍ଷରୁ ଅଧିକ, ୧୦୦ ମିଟର ରୌପ୍ୟ), ସ୍ବର୍ଣ୍ଣ ପ୍ରଭା ମହାନ୍ତି (୬୦ ବର୍ଷରୁ ଅଧିକ, ୮୦୦ ମିଟର ବାଧାଦୌଡ଼ ସ୍ବର୍ଣ୍ଣ, ୩୦୦ ମିଟର ବାଧାଦୌଡ଼ ରୌପ୍ୟ)।

ସମ୍ବନ୍ଧିତ ଖବର