ଭୁବନେଶ୍ବର: ପଞ୍ଜାବର ଲୁଧିଆନାରେ ଚାଲିଥିବା ୧୧ତମ ଜାତୀୟ କନିଷ୍ଠ ଓ ମାଷ୍ଟର୍ସ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ତରୁଣ କୁମାର ଚାଟାର୍ଜୀ କାଂସ୍ୟ ପଦକ ଜିତି ଗୌରବ ଆଣିଛନ୍ତି। ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ତରୁଣ ମାଷ୍ଟର୍ସ ବର୍ଗ (୬୦ ବର୍ଷରୁ ଊର୍ଧ୍ବ)ରେ ତୃତୀୟ ସ୍ଥାନରେ ରହିଥିଲେ। ୪୫ କିଲୋଗ୍ରାମ ଓଜନ ବର୍ଗରେ ଓଡ଼ିଶାର ରିଙ୍ଗୁ ନାୟକ ପଞ୍ଚମ ସ୍ଥାନରେ ରହି ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ଦୁନିଆରେ ଏକ ପରିଚିତ ମୁହଁ ତରୁଣ ଚାଟାର୍ଜୀ ସମ୍ପ୍ରତି ଓଡ଼ିଶା ବଡି ବିଲ୍ଡଡିଂ ସଂଘ (ଓବିବିଏ)ର କୋଷାଧ୍ୟକ୍ଷ ମଧ୍ୟ ରହିଛନ୍ତି। ତରୁଣଙ୍କୁ ଓବିବିଏ ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ ମହାସୁଆର ଅଭିନନ୍ଦନ ଜଣାଇଛନ୍ତି।
ଜାତୀୟ ମାଷ୍ଟର୍ସ ସୁନ୍ଦରସ୍ବାସ୍ଥ୍ୟ: ତରୁଣଙ୍କୁ କାଂସ୍ୟ
/sambad/media/post_attachments/wp-content/uploads/2021/03/56fh65sf456hfs4h56fshffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)