ଭୁବନେଶ୍ବର: ମଧ୍ୟପ୍ରଦେଶଠାରେ ଆୟୋଜିତ ଜାତୀୟ ମାଷ୍ଟର ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୬ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୬ କାଂସ୍ୟ ସହ ମୋଟ ୨୩ ପଦକ ଜିତିଛନ୍ତି। କୃଷ୍ଣ ଚନ୍ଦ୍ର ସାହୁ ହ୍ୟାଟ୍ରିକ୍ ସ୍ବର୍ଣ୍ଣ ଜିତିଥିଲା ବେଳେ ମାଷ୍ଟର-୨ ବୟସ ବର୍ଗରେ ଶ୍ରେଷ୍ଠ ଲିଫ୍ଟର ହୋଇଛନ୍ତି। ଏଥିସହ ସେ ସ୍କ୍ବାଟ୍ରେ ଜାତୀୟ କୀର୍ତ୍ତିମାନ କରିଥିଲେ। ଅନ୍ୟ ଦୁଇ ସ୍ବର୍ଣ୍ଣ ସେ ଡିଡ୍ ଲିଫ୍ଟ ଓ ଓଭାରଲ୍ରେ ପାଇଥିଲେ। ନିରଂଜନ ବେବର୍ତ୍ତା ପଟ୍ଟନାୟକ ଗୋଟିଏ ରୌପ୍ୟ ଓ ୨ କାଂସ୍ୟ ପାଇଥିଲା ବେଳେ ଉମାକାନ୍ତ ବେହେରା ଗୋଟିଏ ରୌପ୍ୟ, ବାବୁଲା ସାମଲ ଗୋଟିଏ ସ୍ବର୍ଣ୍ଣ ଓ ୨ ରୌପ୍ୟ ଜିତିଥିଲେ। ଗୀତାଞ୍ଜଳି ନାୟକ ୪ ରୌପ୍ୟ, ଶର୍ମିଷ୍ଠା ସେନାପତି ୧ ସ୍ବର୍ଣ୍ଣ ଓ ୩ ରୌପ୍ୟ କରାୟତ୍ତ କରିଥିଲେ। ବୈଭବ କୁମାର ଥାଣ୍ଡି ଜାତୀୟ କୀର୍ତ୍ତିମାନ ସହ ବେଞ୍ଚରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଓଭରାଲରେ କାଂସ୍ୟ ପାଇଥିଲେ। ସୁଜିତ କୁମାର ଗିରି ୩ଟି କାଂସ୍ୟ ଜିତିଥିଲେ। ଏହି ପ୍ରତିଯୋଗିତାରୁ ଓଡ଼ିଶାରୁ ୧୨ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ସହ ପି. ଶ୍ରୀନିବାସ (ପ୍ରବନ୍ଧକ) ଓ ରାଜେଶ ଶତପଥୀ (ପ୍ରଶିକ୍ଷକ) ଦଳ ସହ ମଧ୍ୟପ୍ରଦେଶ ଗସ୍ତ କରିଥିଲେ। ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ଅଭିନନ୍ଦନ ଜଣାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp