ଭୁବନେଶ୍ବର: କେରଳର କୋଝିକୋଡ୍‌ଠାରେ ଅନୁଷ୍ଠିତ ଜାତୀୟ ମାଷ୍ଟର୍ସ ଇକ୍ବିପ୍‌ଡ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି ୩ ସ୍ବର୍ଣ୍ଣ ଓ ଏକ ଜାତୀୟ ରେକର୍ଡ ସହ ୧୨ ପଦକ ଜିତିଛନ୍ତି। ୭୪ କିଲୋଗ୍ରାମ ଏମ୍‌-୩ରେ ବାବା କୁମାର ତାଣ୍ଡି ସ୍କ୍ବାଡ୍‌, ବେଞ୍ଚ୍‌ ପ୍ରେସ୍‌ରେ ଜାତୀୟ ରେକର୍ଡ ସହ ସ୍ବର୍ଣ୍ଣ ଏବଂ ଦଳଗତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

Advertisment

ସେହିଭଳି ୬୩ କିଲୋଗ୍ରାମରେ ନିହାତି ବର୍ମନ ନାଏକ (ଏମ୍‌-୧), ୭୬ କିଲୋଗ୍ରାମରେ ମୌସୁମୀ ଟାକ୍ରୀ (ଏମ୍‌-୧) ସ୍କ୍ବାଡ୍‌, ବେଞ୍ଚ୍ ପ୍ରେସ୍‌, ଡେଡ୍ ଲିଫ୍ଟ ସହିତ ଓଭର୍‌ ଅଲ୍‌କୁ ମିଶାଇ ୪ ଲେଖାଏଁ କାଂସ୍ୟ ପଦକ ହାସଲ କରିଛନ୍ତି। ବାବୁଲା ସାମଲ (ଏମ୍‌-୨) ୯୩ କିଲୋଗ୍ରାମରେ କେବଳ ବେଞ୍ଚ୍‌ ପ୍ରେସ୍‌ କାଂସ୍ୟ ପଦକ ଜିତିଥିଲେ।