ଜାତୀୟ ମାଷ୍ଟର୍ସ କ୍ରୀଡ଼ା: ଓଡ଼ିଶାକୁ ମହିଳା ଫୁଟ୍‌ବଲ୍‌ ସ୍ବର୍ଣ୍ଣ

ଭୁବନେଶ୍ବର: ଗୁଜୁରାଟର ବରୋଦାଠା‌ରେ ରବିବାର ଶେଷ ହୋଇଥିବା ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳ ୪୦ ବର୍ଷରୁ ଊର୍ଧ୍ବ ବୟସ ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ନେଇଛି। କେରଳ ବିପକ୍ଷ ଫାଇନାଲ୍ ମୁକାବିଲା ୫-୫ ଗୋଲ୍‌ରେ ଟାଇ ରହିବା ପରେ ଉନ୍ନତ‌ ଗୋଲ୍ ହାରରେ ଓଡ଼ିଶାକୁ ବିଜେତା ଘୋଷଣା କରାଯାଇଥିଲା। ଓଡ଼ିଶା ମହିଳା ଫୁଟ୍‌ବଲ୍‌ ଦଳର ଅଧିନାୟିକା ଗୀତାଞ୍ଜଳି ସାମନ୍ତରାୟଙ୍କ ନେତୃତ୍ବରେ ଗସ୍ତ କରିଥିବା ଏହି ଦଳରେ ସରିତା ମିଶ୍ର, ଦୀପ୍ତି ମିଶ୍ର, କଳ୍ପନା ବେହେରା, ପ୍ରଥମା ପ୍ରିୟଦର୍ଶିନୀ, ଡେଜି ମହାନ୍ତି, ଗୀତାଞ୍ଜଳି ଖୁଣ୍ଟିଆ, ମମତାଜ ବେଗମ, ସମସାଦ ବେଗମ, ଅରୁଣା ଘିବିଲା, ଅନୂପମା ଘିବିଲା ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର