ଜାତୀୟ ମାଷ୍ଟର୍ସ କ୍ରୀଡ଼ା: ସରୋଜିନୀ, ମାଳବିକାଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: କେରଳର ତିରୁବନ୍ତପୁରମ୍‌ଠାରେ ଚଳିତ ମାସ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଚତୁର୍ଥ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ପୂର୍ବତଟ ରେଳବାଇର ପାର୍ବତୀ ସେଠୀ ଡିସକସ୍ ଏବଂ ସଟ୍‌ପୁଟ୍‌ରେ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଏ ସରୋଜିନୀ ୮୦ ମିଟର ବାଧାଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ୪୦+ ବର୍ଗର ଟ୍ରିପଲ୍ ଜମ୍ପ୍‌ରେ କାଂସ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ ଓମ୍‌ଫେଡ୍‌ରେ କାର୍ଯ୍ୟକରୁଥିବା ମାଳବିକା ମିଶ୍ର ୪୦୦ ମିଟର ବାଧାଦୌଡ଼ରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଏବଂ ଗୌରବ ଆଣିଛନ୍ତି। ଏ ସରୋଜିନୀ, ରେଖା ଦେ, ମାଳବିକା ମିଶ୍ର ଏବଂ କାମିନୀ ନାୟକଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୪୦+ ବର୍ଗର ୪ଗୁଣା୧୦୦ ମିଟର ରିଲେ ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର