ଜାତୀୟ ବାଳକ ହକିରେ ଓଡ଼ିଶା ବିଜେତା

କଟକ: ଉତ୍ତରପ୍ରଦେଶଠାରେ ଶେଷ ହୋଇଥିବା ଜାତୀୟ ଉପକନିଷ୍ଠ ହକିରେ ଓଡ଼ିଶା ପୁଣି ବିଜେତା ହୋଇଛି। ଫାଇନାଲ୍‌ରେ ଓଡ଼ିଶା ୨-୧ ଗୋଲରେ ଉତ୍ତରପ୍ରଦେଶକୁ ପରାସ୍ତ କରି ଏହି ସଫଳତା ପାଇଛି। ବିଜୟୀ ଦଳ ପକ୍ଷରୁ ସୁବାସ ବାର୍ଲା ୨୮ ଓ ୬୮ ମିନିଟ୍‌ରେ ଦୁଇଟି ଗୋଲ ଦେଇ ଦଳକୁ ଜିତାଇଥିଲେ। ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ମ୍ୟାଚରେ ଭୋପାଳକୁ ୬-୦, ବିହାରକୁ ୪-୧, ମୁମ୍ବାଇ ସ୍କୁଲ୍‌ କ୍ରୀଡ଼ା ସଂଘକୁ ୭-୦ ଗୋଲରେ ହରାଇଥିଲାବେଳେ ଉତ୍ତରପ୍ରଦେଶଠୁ ୨-୩ ଗୋଲରେ ପରାଜିତ ହେବାକୁ ପଡ଼ିଥିଲା। ୩ ବିଜୟ ସହ ଓଡ଼ିଶା କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। କ୍ୱାର୍ଟରରେ ଓଡ଼ିଶା ୧-୦ରେ ମଧ୍ୟପ୍ରଦେଶ ହକି ଏକାଡେମୀକୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେମିଫାଇନାଲ୍‌ରେ ଗାଙ୍ଗପୁର ଓଡ଼ିଶାକୁ ୧-୦ ଗୋଲରେ ହରାଇ ଓଡ଼ିଶା ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା। ଓଡ଼ିଶା ଦଳ ବରିଷ୍ଠ ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀଙ୍କ ତତ୍ୱାବଧାନରେ ଏହି ସଫଳତା ପାଇଛି।

ସମ୍ବନ୍ଧିତ ଖବର