ଜାତୀୟ ଓପନ୍ ଆଥଲେଟିକ୍ସ: ରେଳବାଇ ଦଳଗତ ବିଜେତା

ଭୁବନେଶ୍ବର: ତେଲେଙ୍ଗାନାର ୱାରଙ୍ଗଲଠାରେ ଆୟୋଜିତ ୬୦ତମ ଜାତୀୟ ଓପନ୍ ଆଥଲେଟିକ୍ସରେ ରେଳବାଇ ଦଳଗତ ବିଜେତା ହୋଇଛି। ସେହିଭଳି ମହିଳା ବର୍ଗରେ ମଧ୍ୟ ରେଳବାଇ ବିଜେତା ହେବାର ଗୌରବ ଅର୍ଜନ କରିଛି। ଚଳିତମାସ ୧୫ରୁ ୧୯ ତାରିଖ ୬ ଦିନ ଧରି ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାରେ ‌ରେଳବାଇ ୧୩ ସ୍ବର୍ଣ୍ଣ, ୧୦ ‌ରୌପ୍ୟ ଓ ୧୩ କାଂସ୍ୟ ପଦକ ଜିତିଥିଲା। ତାମିଲନାଡୁ (୭ ସ୍ବର୍ଣ୍ଣ, ୭ ରୌପ୍ୟ, ୨ କାଂସ୍ୟ), ସର୍ଭିସେସ୍ (୬ ସ୍ବର୍ଣ୍ଣ, ୧୩ ରୌପ୍ୟ ଓ ୧୧ କାଂସ୍ୟ) ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲା। ଓଡ଼ିଆ ଝିଅ ଶୁଭସ୍ମିତା ରଥ ରେଳବାଇ ଦଳର ପ୍ରଶିକ୍ଷକ ଭାବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମାତ୍ର ୪ ପଏଣ୍ଟ ଅର୍ଜନ କରି ଓଡ଼ିଶା ଦଳ କିନ୍ତୁ ନୈରାଶ୍ୟଜନକ ଭାବେ ଏହି ପ୍ରତିଯୋଗିତାର ୨୧ତମ ସ୍ଥାନରେ ରହିଥିଲା।

ସମ୍ବନ୍ଧିତ ଖବର