ଲକ୍ଷ୍ମଣ ବିଜେତା, ରାକେଶ ଦ୍ବିତୀୟ, ସର୍ବଭାରତୀୟ ଓପନ୍‌ ‌ଚେସ୍‌

କଟକ: ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ପକ୍ଷରୁ ଜବାହରଲାଲ୍‌ ନେହରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଓପନ୍‌ ଚେସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଶେଷ ରାଉଣ୍ତରେ ଆନ୍ତର୍ଜାତିକ ମାଷ୍ଟର ରାକେଶ କୁମାର ଜେନା ଓ ହିମଲ ଗୁସେନ୍‌ଙ୍କ ମଧ୍ୟରେ ମ୍ୟାଚ୍‌ ଅମୀମା˚ସିତ ରହିବାରୁ ରାକେଶ ୮ ପଏଣ୍ଟ ପାଇଥିଲେ। ଅନ୍ୟପକ୍ଷରେ ଏନ୍‌ ସୁରେନ୍ଦ୍ରନ୍‌ଙ୍କୁ ହରାଇବାରୁ ଗ୍ରାଣ୍ତମାଷ୍ଟର ଆର‌୍‌ ଲକ୍ଷ୍ମଣ ମଧ୍ୟ ୮ ପଏଣ୍ଟରେ ପହଞ୍ଚିଥିଲେ। ତେବେ ଟାଇବ୍ରେକରରେ ଲକ୍ଷ୍ମଣ ଶୀର୍ଷକୁ ଚାଲିଯାଇଥିଲେ। ଏହି ଦୁଇଜଣଙ୍କ ବ୍ୟତୀତ ହିମଲ ଗୁସେନ୍‌, ଅରିନ୍ଦମ୍‌ ମୁଖାର୍ଜୀ ସାଢେ ୭ ପଏଣ୍ଟ ଲେଖାଏଁ ପାଇଥିଲେ। ସେହିପରି ଅଣରେଟେଡ୍‌ ଖେଳାଳିଙ୍କ ମଧ୍ୟରେ ଋତୁପର୍ଣ୍ଣା ତ୍ରିପାଠୀ ସାଢେ ୪ ପଏଣ୍ଟ ପାଇ ଶୀର୍ଷସ୍ଥାନ ଦଖଲ କରିଥିଲେ। ୧୫ ବର୍ଷରୁ ଅଧିକ ମହିଳାଙ୍କ ଭିତରେ ପ୍ରତିତି ଗୋରାଇ, ଭେଟେରାନ୍‌ଙ୍କ ମଧ୍ୟରେ ନାରାୟଣ ସ୍ବାଇଁ, ଦିବ୍ୟାଙ୍ଗରେ ମଙ୍ଗଳଦୀପ ମିତ୍ର ପ୍ରଥମ ହୋଇଛନ୍ତି। ଅନ୍ୟାନ୍ୟ ରେଟି˚ ଖେଳାଳିଙ୍କ ମଧ୍ୟରେ ରିତମ୍‌ କୁଣ୍ତୁ, ମିରାକିଲ୍‌ ପଣ୍ତା, କୌସ୍ତୁଭ ଦାଶ, ରାହୁଲ କ୍ରିଷ୍ଣା ବିଶ୍ବନାଥନ୍‌ ଶୀର୍ଷରେ ରହିଛନ୍ତି। ସ୍ଥାନୀୟ ଖେଳାଳିଙ୍କ ଭିତରେ ସୋୟମ୍‌ ଲକ୍ଷ୍ମୀଦତ୍ତ ଡି ସାବତ, ବାଳକ ୬ ବର୍ଷରୁ କମ୍‌ରେ ପ୍ରତୀକ କୌଶଳ ରାଉତ, ୭ ବର୍ଷରୁ କମ୍‌ରେ ସ୍ବସ୍ତିକ ଶୁଭମ୍‌ ପଟ୍ଟନାୟକ, ୮ ବର୍ଷରୁ କମ୍‌ରେ ତନ୍ମୟ ତଲିନ୍‌ ବେହେରା, ୯ ବର୍ଷରୁ କମ୍‌ରେ ରିଶାନ ଦେବନାଥ, ୧୧ ବର୍ଷରୁ କମ୍‌ରେ ପ୍ରିୟା˚ଶ ଦାସ, ୧୩ ବର୍ଷରୁ କମ୍‌ରେ ଆଦିତ୍ୟ ପ୍ରସାଦ, ୧୫ ବର୍ଷରୁ କମ୍‌ରେ ସୋହମ ପାଲ୍‌, ବାଳିକା ୭ ବର୍ଷରୁ କମ୍‌ରେ ଆୟୁଷୀ ଦାସ, ୯ ବର୍ଷରୁ କମ୍‌ରେ ଆର୍ଷିୟା ଦାସ, ୧୧ ବର୍ଷରୁ କମ୍‌ରେ ୟଶିତା ରାଉତ, ୧୩ ବର୍ଷରୁ କମ୍‌ରେ ସୁହାନା ଜେନା, ୧୫ ବର୍ଷରୁ କମ୍‌ରେ ଅନନ୍ୟା ଅନାମିକା ପ୍ରଥମ ସ୍ଥାନରେ ରହି ପୁରସ୍କାର ପାଇଛନ୍ତି।

ଉଦ୍‌ଯାପନୀ ସମାରୋହରେ ରେଟାରୀ କ୍ଲବ୍‌ ଜିଲ୍ଲା ଗଭର୍ଣ୍ଣର ସୌମ୍ୟର˚ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଜେତାଙ୍କୁ ୧ ଲକ୍ଷ, ଉପ ବିଜେତାଙ୍କୁ ୬୫ ହଜାର, ତୃତୀୟ ସ୍ଥାନକୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ପ୍ରାୟ ୧୦ ଲକ୍ଷ ୧୦ ହଜାର ଟଙ୍କାର ମୋଟ ଆର୍ଥିକ ପୁରସ୍କାର ସହ ୧୨୨ ଟ୍ରଫି ପ୍ରଦାନ କରାଯାଇଥିଲା। ପୁରସ୍କାର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଚେସ୍‌ ସ˚ଘ ସମ୍ପାଦକ ଦେବବ୍ରତ ଭଟ୍ଟ, ଟ୍ରିପଲ ସି’ ଚେସ୍‌ କ୍ଲବ୍‌ ସଭାପତି କମଳାକାନ୍ତ ବିଶୋଇ, ଉପ ସଭାପତି ବିଶ୍ବଜିତ ରାଏ, ଯୁଗ୍ମ ସମ୍ପାଦକ ଅର୍ଘ୍ୟ ଅର୍ପଣ ପରିଡ଼ା ଓ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର