ସର୍ବଭାରତୀୟ ଓପନ୍‌ ଚେସ୍‌, ରାକେଶ ଏକକ ଆଗୁଆ

କଟକ: ଜବାହରଲାଲ୍‌ ନେହରୁ ଇଣ୍ତୋର ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଓପନ୍‌ ଚେସ୍‌ ପ୍ରତିଯୋଗିତାର ଅଷ୍ଟମ ରାଉଣ୍ତ ସୁଦ୍ଧା ଓଡ଼ିଶାର ରାକେଶ କୁମାର ଜେନା ଏକକ ଅଗ୍ରଣୀ ପାଇଛନ୍ତି। ଷଷ୍ଠ ରାଉଣ୍ତ ସୁଦ୍ଧା ରାକେଶଙ୍କ ସହିତ ଗ୍ରାଣ୍ତ ମାଷ୍ଟର ଆର‌୍‌ ଲକ୍ଷ୍ମଣ, ହିମଲ ଗୁସେନ୍‌ ଓ ଭି ତୋଷାଳି ସାଢେ ୫ ପଏଣ୍ଟ ଲେଖାଏଁ ପାଇ ମିଳିତ ଅଗ୍ରଣୀ ଥିଲେ। କିନ୍ତୁ ଶନିବାର ସପ୍ତମ ରାଉଣ୍ତରେ ଲକ୍ଷ୍ମଣ ଓ ହିମଲଙ୍କ ମଧ୍ୟରେ ମ୍ୟାଚ୍‌ ଅମୀମା˚ସିତ ରହିଥିଲା ବେଳେ ତୋଷାଳିଙ୍କ ବିପକ୍ଷରେ ରାକେଶ ପୂର୍ଣ୍ଣ ପଏଣ୍ଟ ହାସଲ କରିଥିଲେ। ଫଳରେ ଏହି ରାଉଣ୍ତରୁ ରାକେଶ ଅଗ୍ରଣୀ ପାଇଯାଇଥିଲେ। ପୁଣି ଅଷ୍ଟମ ରାଉଣ୍ତରେ ମନୀଷ କୁମାରଙ୍କୁ ହରାଇ ରାକେଶ ମୋଟ ସାଢେ ୭ ପଏଣ୍ଟ ପାଇଥିଲା ବେଳେ ରାକେଶ କୁମାର ନାୟକଙ୍କୁ ପରାସ୍ତ କରି ଲକ୍ଷ୍ମଣ ୭ ପଏଣ୍ଟ ଓ ଅର୍ପଣ ଦାସଙ୍କୁ ହରାଇ ହିମଲ ଗୁସେନ୍‌ ୭ ପଏଣ୍ଟରେ ରହିଛନ୍ତି। ରବିବାର ଶେଷ ରାଉଣ୍ତ ଖେଳାଯିବାକୁ ଥିବାବେଳେ ରାକେଶଙ୍କ ପାଇଁ ବିଜେତା ହେବାର ସୁଯୋଗ ରହିଛି। ତେବେ ଏଥିପାଇଁ ରାକେଶଙ୍କୁ ଏହି ମୁକାବିଲା ଜିତିବାକୁ ପଡ଼ିବ।

ସମ୍ବନ୍ଧିତ ଖବର