ସର୍ବଭାରତୀୟ ଓପନ୍‌ କରାଟେ ଆରମ୍ଭ

ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ, ଯୋଗଦେଲେ ୧୫୦୦ ପ୍ରତିଯୋଗୀ, ଓଡ଼ିଶାର ଆଧିପତ୍ୟ

କଟକ: ଇଣ୍ଡୋର ଷ୍ଟାଡିୟମରେ ୩୦ତମ ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତା ଶେଷ ହୋଇଛି। ଏଥିରେ ୨୬ ଜିଲ୍ଲାରୁ ୩୫୦ ପ୍ରତିଯୋଗୀ ଭାଗ ନେଇଥିଲେ। ବାଳିକା କୁମିତେର ୧୩ ବର୍ଷରୁ ଅଧିକ ୪୫ କିଗ୍ରା ଓଜନ ବର୍ଗରେ ଅକ୍ସିତା ସରାହ, ୧୩ ବର୍ଷରୁ କମ୍‌ ୪୦ କିଗ୍ରାରେ ସାମନ୍ତ ଶୁଭଲକ୍ଷ୍ମୀ ଧୀର, ୪୫ କିଗ୍ରାରେ ବିଷ୍ଣୁପ୍ରିୟା ପ୍ରଧାନ, ୧୧ ବର୍ଷରୁ କମ୍‌ ୩୦ କିଗ୍ରାରେ ମନସନ୍‌ ଡିଗଲ ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସେହିପରି ବାଳକ କୁମିତେରେ ୧୦ ବର୍ଷରୁ କମ୍‌ ୨୫ କିଗ୍ରାରେ ସାଇ ସ୍ୱରୂପ ବେବର୍ତ୍ତ, ୩୫ କିଗ୍ରାରେ ଶୁଭ୍ରାଂଶୁ ଦାସ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ଜିତିଛନ୍ତି। କାଟା ବିଭାଗର ବାଳକ ୧୨ ବର୍ଷରେ ଆର୍ଯ୍ୟାନ୍‌ ପଟ୍ଟନାୟକ, ୧୩ ବର୍ଷ ବାଳିକାରେ ଆଦିତି ଏଭି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ଏଠାରୁ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିମାନେ ଆସନ୍ତା ମାସରେ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ। ସମସ୍ତ ପ୍ରତିଯୋଗୀଙ୍କୁ ଉତ୍କଳ କରାଟେ ସ୍କୁଲ୍‌ର ସମ୍ପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ଶୁକ୍ରବାରଠୁ ଉତ୍କଳ କରାଟେ ସ୍କୁଲ୍‌ ଓ ଭାରତୀୟ ସୁକୋକାଇ କରାଟେ ମହାସଂଘର ମିିଳିତ ଆନୁକୂଲ୍ୟରେ ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ନବମ ସର୍ବଭାରତୀୟ ଓପନ୍‌ କରାଟେ ପ୍ରତିଯୋଗିତା ଆରମ୍ଭ ହୋଇଛି। ତିନିଦିନ ଧରି ଚାଲିବାକୁ ଥିବା ପ୍ରତିଯୋଗିତାରେ ୭ ରାଜ୍ୟରୁ ପ୍ରାୟ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ତିନିଦିନ ମଧ୍ୟରେ ୧୦୧ ବିଭାଗରେ ପ୍ରତିଦ୍ୱନ୍ଦ୍ୱିତା ହେବ। ପ୍ରଥମ ଦିନ ଓଡ଼ିଶାର ଖେଳାଳିମାନେ ଆଧିପତ୍ୟ ବିସ୍ତାର କରିଛନ୍ତି। ସେମାନଙ୍କ ମଧ୍ୟରୁ କାତା ବିଭାଗରେ ୬ ବର୍ଷ ବାଳକ ରୁଦ୍ରାଂଶ ଦାସ, ନିଶାନ ସିଂହ, ହର୍ଷଦା କୁମାର, ବାଳିକା କାତାରେ ଅପରାଜିତା ପଲ୍‌, ସାନ୍‌ଭି ନାୟକ, ୭ ବର୍ଷ ବାଳକରେ ପୃଥ୍ଵୀରାଜ ବାରିକ, ଶ୍ରେୟାଂଶ ଦେ, କ୍ରିଦୟ ଶାହା, ୮ ବର୍ଷ ବାଳକରେ ରିତେଶ ମିଶ୍ର, ଆୟୁଷ୍ମାନ ସ୍ୱାଇଁ, ସୁରଜ ପ୍ରକାଶ ଘଡେଇ, ୭ ବର୍ଷ ବାଳିକାରେ ଆୟୁଷୀ ଅର୍ପିତା, ସୁହାନି ମିଶ୍ର, କୁମିତେ ବିଭାଗର ୬ବ ର୍ଷରୁ କମ୍‌ ବାଳକରେ ଅଜିତ କୁମାର ଶତପଥୀ, ନିଶାନ ସିଂହ, ୬ ବର୍ଷରୁ କମ୍‌ ବାଳିକାରେ ସାର୍ଗଭି ମହାପାତ୍ର ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରତିଯୋଗିତାକୁ ସ୍ଥାନୀୟ କର୍ପୋରେଟର ରମ୍‌ଜାନ୍‌ ଖାନ୍‌ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ସୁରେନ୍ଦ୍ର ଦାସ, କ୍ରୀଡ଼ାବିତ୍‌ ବିଭୂତି ଭୂଷଣ ଜେଠୀ, ହୁକୁମ୍‌ ସିଂହ, ଚିତ୍ତରଂଜନ ସ୍ୱାଇଁ, ପ୍ରସାଦ ଗାଏତୋଣ୍ଡେ, କେଦାର ଷଡଙ୍ଗୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ରବିବାର ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର