କଟକ : ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଷୋଡ଼ଶତମ ବରିଷ୍ଠ ଓପନ୍ ଜାତୀୟ ନେଟ୍ ବଲ୍ କ୍ରିକେଟ୍ (ଟି-୨୦) ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ ଓଡ଼ିଶା ୩୧ ରନ୍ରେ ପଶ୍ଚିମବଙ୍ଗକୁ ହରାଇ ବିଜେତା ହୋଇଛି। ଏଥିରେ ଓଡ଼ିଶାର ଦୁଇ ଉଦୀୟମାନ ଖେଳାଳି ଦେବାଶିଷ କାମ୍ବଲୀ ମ୍ୟାଚ୍ର ଓ ସନ୍ତୋଷ ସେଠୀ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ଡ୍ରିମ୍ସ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ନେଟ୍ ବଲ୍ ଫେଡେରେସନ୍ର ସର୍ବଭାରତୀୟ ପୃଷ୍ଠପୋଷକ ପ୍ରଭାତ କୁମାର ନନ୍ଦ, ଯୁଗ୍ମ ସଂପାଦକ ବିଜୟ ଶର୍ମା, ଡ୍ରିମ୍ସର କ୍ରୀଡ଼ା ନିର୍ଦ୍ଦେଶକ ନବକିଶୋର ମିଶ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଯୁଗ୍ମ ସଂପାଦକ ଅମିତ ଦାସମହାପାତ୍ର, ସଂପାଦକ ବ୍ରଜ କିଶୋର ଦାସ ଓ ଅମୀୟ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଜାତୀୟ ଓପନ୍ ନେଟ୍ ବଲ୍ କ୍ରିକେଟ୍: ପଶ୍ଚିମବଙ୍ଗକୁ ହରାଇ ଓଡ଼ିଶା ବିଜେତା
/sambad/media/post_attachments/wp-content/uploads/2022/06/5f64hf65s4f5s6h456hhffshh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)