ଜାତୀୟ ଓପନ୍‌ ସୋଟୋକାନ୍‌ କରାଟେ ଉଦ୍‌ଯାପିତ

ଭୁବନେଶ୍ବର: ସୋଟୋକାନ୍‌ କରାଟେ ଡୋ ଅନ୍ତର୍ଜାତୀୟ ସଂଗଠନର ଭାରତ (ଏସକେଆଇଓ) ପକ୍ଷରୁ ମିଳିତ ଭାବେ ରବିବାର ପ୍ରଥମ ଜାତୀୟ ଓପନ୍ ସୋଟୋକାନ୍ କରାଟେ ପ୍ରତିଯୋଗିତାର ଡମଣାସ୍ଥିତ ବିଏମସି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୨୦୦ କରାଟେକା ଏବଂ ୩୦ ଅଧିକାରୀ ଭାଗ ନେଇଥିବା ଏହି ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶା ପିଲାଙ୍କ ପ୍ରାଧାନ୍ୟ ନଜରକୁ ଆସିଛି। ଓଡ଼ିଶା ସମେତ ତେଲେଙ୍ଗାନା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶର ବହୁ ଶିଶୁ ପ୍ରତିଭା ଏଥିରେ ଭାଗ ନେଇଥିଲେ। ମଧ୍ୟାହ୍ନରେ ବିଧାୟକ ଅନନ୍ତ ନାରାୟଣ ଜେନା ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ରେଫରି ସେନସାଇ ସୌମ୍ୟରଂଜନ ଦାସ ଏବଂ ଆଇଏସ୍‌କେୟୁର ମୁଖ୍ୟ ସୁବ୍ରତ କୁମାର ପାତ୍ରଙ୍କ ତତ୍ତ୍ବାବଧାନରେ ସନ୍ତୋଷ କୁମାର, ଘନଶ୍ୟାମ ହାଁସଦା, ସେକ୍ ସୁଲତାନ, ତୁଷାରକାନ୍ତ ପଢ଼ିଆରୀ, ସାରଦା କୁମାର କହଁର, ଅଦିନ୍ଦ୍ରନାଥ ଦାସ, ସୁମନ୍ତ ମଲ୍ଲିକ, ଦୀପକ କୁମାର ପଟୁଆରସିଂହ, ଜ୍ଞାନରଂଜନ ନନ୍ଦ, ମଧୁସ୍ମିତା ଭଞ୍ଜଦେଓ, ଦେବସ୍ମିତା ଭଞ୍ଜଦେଓ, ଅବିନାଶ ସିଂହ, ମନୀଷା, ମମତା ନାୟକ, ଦିବ୍ୟରଂଜନ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ଲିପିନା ପାତ୍ର ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

ସ୍ବର୍ଣ୍ଣ ବିଜେତା: ଆୟୂଷ ଅଂଶୁମାନ, ୱାହିଦ୍ ଅଲୀ, ଉଦିତା, ଅସ୍ମିତା ମଲ୍ଲିକ, ଅଙ୍କିତା ଦାସ, ପ୍ରଜ୍ଞା ମିଶ୍ର, ଯୁବରାଜ ଖଟୋଇ, ପ୍ରିୟଙ୍କା ପାତ୍ର, ଶୁଭଶ୍ରୀ ପାତ୍ର, ମାନସ ମୋହନ, ଆୟୂକ୍ତା ମିଶ୍ର, ଶ୍ରେୟାଂଶ, କୈଭବ ପଟ୍ଟନାୟକ, ଗୌରବ ପାତ୍ର, ମହମ୍ମଦ ଅଲୀ, ସ୍ବସ୍ତିକା ସାହୁ, ଦେବ ଚୌହାନ, ଶ୍ରୀମୁଖି, ପଦ୍ମଜା ଦାସ, ଅଦିତି ଭୋଇ, ସମୀର ସେଠୀ, ଋତ୍ବିକ ରାଜଗୁରୁ, ଶୁଭମ, ସୁସ୍ମୃତି ସ୍ବାଇଁ, ଓମ୍ ମହାରଣା, ସଙ୍କେତ ମହାପାତ୍ର, ଆୟୂଷ ଭୂୟାଁ, ମେର୍ଲିନ ମନୀଷା, ଆର୍ ପୃଥ୍ବୀରାଜ, ସ୍ମାରକ, ପ୍ରିୟାଂଶ ବ‌େହେରା, ଶୁଭାଶିଷ ବେହେରା, ପ୍ରଶିଳ ଦାସ, ଶକ୍ତି ଗଜେନ୍ଦ୍ର, ପ୍ରେମ କୁମାର ରାଉତ, ଆଦ୍ରିକା ରାୟ, ଦିତୀକ୍ଷା ମହାନ୍ତି, କେ ସିହୁଜା ୟମାବୁସାଇ, ଶୁଭସ୍ମିତା ସାହୁ।

ସମ୍ବନ୍ଧିତ ଖବର