ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର ପାରା ଜୁଡୋ ଆଥଲେଟ୍ ମୋହନ ସାହୁ ରାଜ୍ୟର ପ୍ରତିନିଧିତ୍ୱ କରି ତ୍ରୟୋଦଶ ଜାତୀୟ ପାରା ଜୁଡୋ ଚାମ୍ପିଅନସିପ୍ ୨୦୨୫ ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଛନ୍ତି । ଜଣେ ପ୍ରତିଭାବାନ ଆଥଲେଟ୍ ଭାବେ ଜଣାଶୁଣା ମୋହନ ଜୁନିୟର (୬୬ କେଜି) ଏବଂ ସିନିୟର (୬୪ କେଜି) ବର୍ଗରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ ।

Advertisment

ସେ ବର୍ତ୍ତମାନ ଉଜବେକିସ୍ତାନର ତାସକେଣ୍ଟରେ ସମ୍ମାନଜନକ ଏସୀୟ ପାରା ଜୁଡୋ ଚାମ୍ପିଅନସିପ୍ ୨୦୨୫ ରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଛନ୍ତି । ନିଜର ପ୍ରତିକ୍ରିୟାରେ ଉଲ୍ଲସିତ ମୋହନ ସାହୁ କହିଛନ୍ତି, ବେଦାନ୍ତ ଆଲୁମିନିୟମର ସମର୍ଥନ ପାଇଁ ମୁଁ ଅତ୍ୟନ୍ତ କୃତଜ୍ଞ, ଯାହା ମୋତେ ସର୍ବୋଚ୍ଚ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଆତ୍ମବିଶ୍ୱାସ ଦେଇଛି । ଜଣେ ପାରା ଆଥଲେଟ୍ ଭାବେ ମୋର ଯାତ୍ରାରେ ସେମାନଙ୍କର ପ୍ରୋତ୍ସାହନ ଏବଂ ସହାୟତା ଅତୁଳନୀୟ । ମୁଁ ମୋ ଦେଶ ଏବଂ ସମର୍ଥକମାନଙ୍କୁ ଗର୍ବିତ କରିବାକୁ ଚେଷ୍ଟା କରିବି ।