ଭୁବନେଶ୍ବର: ଗ୍ବାଲିୟର୍‌ରେ ଶେଷ ହୋଇଥିବା ୨୩ତମ ଜାତୀୟ ପାରା ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ଚମକ ‌ଦେଖାଇଛନ୍ତି। କମଳାକାନ୍ତ ନାୟକ ଏକାକୀ ୩ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଓଡ଼ିଶା ଖେଳାଳି ମୋଟ ୧୮ ପଦକ ଜିତିନେଇଛନ୍ତି। ଆକାଶ ବନ୍‌ଛୋର ୨ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି କବିତା ଦଳାଇ ୩ଟି ରୌପ୍ୟ, ନରହରି ବେହେରା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି। ଦିଗନ୍ତଭାନୁ ମଲ୍ଲିକ ଦୁଇଟି ‌ରୌପ୍ୟ ଏବଂ ଦିନେଶ ମୋହନ ମାଝୀ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି। ରଶ୍ମିତା ଜେନା, ମୋନାଲି ସ୍ବାଇଁ ଓ ଲୋକନାଥ ସାହୁ ଗୋଟିଏ ଲେଖାଏଁ କାଂସ୍ୟ ପଦକ ପାଇଛନ୍ତି।