ଭୁବନେଶ୍ବର: ଓଡ଼ିଆ ଝିଅ ଜୟନ୍ତୀ ବେହେରା ବେଙ୍ଗାଲୁରୁରେ ଚାଲିଥିବା ୧୯ତମ ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଗୁରୁବାର ୪୦୦ ମିଟର ଦୌଡ଼ର ଟି-୪୭ରେ ଭାଗନେଇଥିବା ଏହି ଅନ୍ତର୍ଜାତୀୟ ଧାବିକା ୫୯.୪୩ ସେକେଣ୍ଡ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଶୁକ୍ରବାର ସେ ୧୦୦ ଓ ୨୦୦ ମିଟର ଫାଇନାଲ୍ରେ ଦୌଡ଼ିବେ। ‘‘୨ ବର୍ଷ ହେଲା ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇନାହିଁ। ଏବେ ମୁଁ ପଦକ ହାସଲ କରିଥିବାରୁ ବହୁତ ଖୁସି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବାର ଆଶା ରଖିଛି’’ ବୋଲି କହିଛନ୍ତି ଜୟନ୍ତୀ। ଏହି ସଫଳତା ଲାଗି ଓଡ଼ିଶା ଦିବ୍ୟାଙ୍ଗ କ୍ରୀଡ଼ା ସଂଘ ପକ୍ଷରୁ ଜୟନ୍ତୀଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି।
ଜାତୀୟ ଦିବ୍ୟାଙ୍ଗ ଦୌଡ଼କୁଦ, ଜୟନ୍ତୀଙ୍କୁ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2021/03/56f4h4fsh46f5sh465sf4h56fshhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)