ଭୁବନେଶ୍ବର: ଜାତୀୟ ପେନ୍ଚାକ ସିଲାଟ ପ୍ରତିଯୋଗିତାରେ ଓଡ଼ିଶା ୨ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୧୩ କାଂସ୍ୟ ସହ ମୋଟ ୨୨ ପଦକ ଅମଳ କରି ଅଭିଯାନ ଶେଷ କରିଛି। ଏହି ପ୍ରତିଯୋଗିତା ଜମ୍ମୁ ଓ କାଶ୍ମୀରର ଶ୍ରୀନଗରଠାରେ ମାର୍ଚ ୨୫ରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ପ୍ରଶିକ୍ଷକ ପ୍ରେମ ସିଂହ ଥାପ୍ପା, ପ୍ରବନ୍ଧକ ବିଶ୍ବନାଥ ଭୋମିକଙ୍କ ନେତୃତ୍ବରେ ଓଡ଼ିଶାରୁ ୩୦ ଖେଳାଳି ଭାଗ ନେଇଥିଲେ। ପଦକ ବିଜେତାମାନେ ହେଲେ ଶ୍ରୀମୟୀ ପାତ୍ର ଓ ନନ୍ଦିତା ଠାକୁର (ସ୍ବର୍ଣ୍ଣ), କୁନାଲ ବେହେରା, ମୁକ୍ତା ହୋତା, ଆଶୁତୋଷ ପୂଜାରୀ, ଶୌର୍ଯ୍ୟ ପ୍ରତାପ ସିଂହ ଚନ୍ଦେଲ, କୁନ୍ଦ ମାଝୀ, ହିଂମାଶୁ ପଟ୍ଟନାୟକ ଓ ରେଗୁ ଟ୍ରିପଲ ସେନି ଦଳ (ରୌପ୍ୟ), ଅନୀଷ ଶର୍ମା, ଅଂଶୁମାନ ବେହେରା, ତେଜସ୍ବନୀ ପୂଜାରୀ, ପିଙ୍କି ହରିଜନ, ସୁହାନୀ କରଜୀ, ରୋଷନ ସାହୁ, ସନ୍ତୋଷ ସାହୁ, ବିଥଲ ମିଶ୍ର, ତାନିୟା ଠାକୁର, ତପସ୍ବନୀ ନାୟକ (ଦୁଇଟି), ଶୌର୍ଯ୍ୟ ପ୍ରତାପ ସିଂହ ଚନ୍ଦେଲ ଓ ଯୋଗେଶ୍ବର ବେହେରା (କାଂସ୍ୟ)।
ଜାତୀୟ ପେନ୍ଚାକ ସିଲାଟ, ଓଡ଼ିଶାକୁ ୨୨ ପଦକ
/sambad/media/post_attachments/wp-content/uploads/2021/04/56454564dg456d46g54da56gadgdddgg.jpg)