ସର୍ବଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର ଆରମ୍ଭ, ମାସ୍କଟ ‘ଓଲି’ ଓ ‘ଲୋଗୋ’ ଉନ୍ମୋଚିତ
କଟକ: ସର୍ବଭାରତୀୟ ପୁଲିସ୍ କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ଏବଂ ଓଡ଼ିଶା ପୁଲିସ୍ ଆନୁକୂଲ୍ୟରେ କଟକଠାରେ ତୃତୀୟ ସର୍ବଭାରତୀୟ ପୁଲିସ୍ ଜୁଡୋ କ୍ଲଷ୍ଟର ବିଗୁଲ୍ ବାଜିଛି। ଏଥିପାଇଁ ଜବାହରଲାଲ ନେହେରୁ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ୍ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ମାସ୍କଟ ‘ଓଲି’ ଓ ସ୍ବତନ୍ତ୍ର ଲୋଗୋକୁ ଉନ୍ମୋଚନ କରିଥିଲେ। ଗୁରୁବାରଠୁ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇ ୧୯ ତାରିଖରେ ଉଦ୍ଯାପିତ ହେବ। ଏଠାରେ ଜିମ୍ନାଷ୍ଟିକ୍, ଜୁଡୋ, ଟାଏକୋଣ୍ତୋ ଓ ଉଷୁ ବିଭାଗରେ ପ୍ରତିଯୋଗିତା ହେବ। ପ୍ରତିଯୋଗିତାରେ ଭାରତର ୩୩ ଦଳରୁ ପ୍ରାୟ ୧୨୦୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଛନ୍ତି। ଏଥିସହିତ ୩୦୦ ପ୍ରଶିକ୍ଷକ ଓ ଅଧିକାରୀ ଏଥିରେ ଯୋଗଦେଇଛନ୍ତି। ଜବାହରଲାଲ୍ ନେହେରୁ ଇନ୍ଡୋର ଷ୍ଟାଡିୟମ ଓ ସଚିନ୍ ତେନ୍ଦୁଲକର ଇନ୍ଡୋର ହଲ୍ରେ ସମସ୍ତ ଇଭେଣ୍ଟଗୁଡ଼ିକ ଅନୁଷ୍ଠିତ ହେବ। ଓଡ଼ିଶାରୁ ଏହି ପ୍ରତିଯୋଗିତାରେ ମୋଟ ୪୧ କ୍ରୀଡ଼ାବିତ୍ ଅ˚ଶଗ୍ରହଣ କରିଥିବା ସୂଚନା ଦିଆଯାଇଛି। ବୁଧବାର ଉକ୍ତ କାର୍ଯ୍ୟକ୍ରମରେ ଡିଜିପିଙ୍କ ସହିତ ଅତିରିକ୍ତ ଡିଜି ବିନୟତୋଷ ମିଶ୍ର, ଏଡିଜି ପି ଏସ୍ ରଣପିସେ, ଆଇଜି ଅସିତ୍ ପାଣିଗ୍ରାହୀ, ଆଇଜି ଅମିତାଭ ଠାକୁର, କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।