ସର୍ବଭାରତୀୟ ପୁଲିସ୍‌ କୁସ୍ତି: ଓଡ଼ିଶାକୁ ୨ ପଦକ

କଟକ: ପୁନେଠାରେ ଚାଲିଥିବା ୬୬ତମ ସର୍ବଭାରତୀୟ ପୁଲିସ୍‌ କୁସ୍ତି କ୍ଲଷ୍ଟର ପ୍ରତିଯୋଗିତାରେ ଓଡ଼ିଶା ଦୁଇଟି ପଦକ ପାଇଛି। ଭାରୋତ୍ତୋଳନର ୭୭ କିଗ୍ରା ଓଜନ ବର୍ଗରେ ଡିଏସ୍‌ପି କେ ରବିକୁମାର ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସ୍ନାଚ୍‌ରେ ରବିକୁମାର ୧୩୦ ଓ କ୍ଲିନ୍‌ ଆଣ୍ଡ ଜର୍କରେ ୧୬୦ ସହ ମୋଟ ୨୯୦ କିଗ୍ରା ଭାର ଉତ୍ତୋଳନ କରି ଏହି ସଫଳତା ପାଇଛନ୍ତି। ସେହିପରି ମହିଳା କନଷ୍ଟେବଳ ଅମ୍ବାଲିକା ଜେନା ଫ୍ରିଷ୍ଟାଇଲ୍‌ କୁସ୍ତି ୫୩ କିଗ୍ରା ଓଜନ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ରବିକୁମାର ଓ ଅମ୍ବାଲିକାଙ୍କ ଏହି ସଫଳତା ପାଇଁ ପୁଲିସ୍‌ ଡିଜି ଡାକ୍ତର ଆର୍‌ପି ଶର୍ମା ଓ ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର