ଜାତୀୟ ପୁଲିସ କ୍ରୀଡ଼ା ମହୋତ୍ସବ ୧୫ରୁ:ଭାଗନେବେ ୩୩ ଦଳର ୧୨ଶହ ପ୍ରତିଯୋଗୀ

ଷ୍ଟେସନ୍‌, ବିମାନ ବନ୍ଦରରେ ସ୍ବତନ୍ତ୍ର ବ୍ୟବସ୍ଥା

କଟକ: ଜାତୀୟସ୍ତରର ସ୍ପୋର୍ଟି˚ ଇଭେଣ୍ଟ ‘ସର୍ବ ଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର-୨୦୧୮’ ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସ ବିଭାଗ ଆୟୋଜନ କରିବାକୁ ଯାଉଛି। ଆସନ୍ତା ୧୫ ତାରିଖରୁ ୫ ଦିନ ଧରି ୪ଟି ବିଭାଗରେ ଏହି କ୍ରୀଡ଼ା ପ୍ରତିଯୋଗିତା କଟକ ବକ୍ସିବଜାର ରିଜର୍ଭ ପୁଲିସ ପଡ଼ିଆରେ ଅନୁଷ୍ଠିତ ହେବ। ରାଜ୍ୟ ବାହାରୁ ଆସୁଥିବା ୧୫ଶହ ପୁଲିସ କ୍ରୀଡ଼ାବିତ୍‌ ଏବ˚ ଅଫିସର‌୍‌ଙ୍କୁ ସ୍ବାଗତ କରିବାକୁ ପୁଲିସ ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ ସ୍ତରରେ ଏ ପ୍ରକାର ସ୍ପୋର୍ଟି˚ ଇଭେଣ୍ଟର ଗୁରୁତ୍ବ ଅଧିକ ଥିବାରୁ କମିସନରେଟ୍‌ ପୁଲିସ ପକ୍ଷରୁ କଟକ-ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଅଲ୍‌ ଇଣ୍ତିଆ ପୁଲିସ ସ୍ପୋର୍ଟସ୍‌ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ‘ସର୍ବ ଭାରତୀୟ ପୁଲିସ ଜୁଡୋ କ୍ଲଷ୍ଟର-୨୦୧୮’ର ପ୍ରଥମ ସ˚ସ୍କରଣ ୨୦୧୬ରେ ପଶ୍ଚିମବ˚ଗ ପୁଲିସ ବିଭାଗ ଆୟୋଜିତ କରିଥିବା ବେଳେ ୨୦୧୭ରେ ଦିଲ୍ଲୀ ପୁଲିସ ଏବ˚ ଚଳିତ ବର୍ଷ ଓଡ଼ିଶା ପୁଲିସ ବିଭାଗ ଏ ପ୍ରକାର ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି। ମୁଖ୍ୟତଃ ଚାରିଟି ବିଭାଗ ଜୁଡୋ, ଟାଇକୋ‌େଣ୍ତା, ଉସୁ ଏବ˚ ଜିମ୍‌ନାଷ୍ଟିକରେ ପ୍ରତିଯୋଗିତା ଆୟୋଜିତ ହେବ। କଟକ ବକ୍ସିବଜାର ରିଜର୍ଭ ପୁଲିସ ପଡ଼ିଆରେ ଆସନ୍ତା ୧୫ ତାରିଖ ଦିନ ପ୍ରାୟ ୧୦ଟାରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ୧୯ ତାରିଖ ଅପରାହ୍ନ ୪ଟାରୁ ୫ଟା ୩୦ ପର୍ଯ୍ୟନ୍ତ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସା˚ସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜୀ କାର୍ଯ୍ୟକ୍ରମ ପୁଲିସ ପଡ଼ିଆ ନିକଟରେ ଆୟୋଜିତ ହେବ। ଏହି ୫ ଦିନିଆ କାର୍ଯ୍ୟକ୍ରମରେ ରାଜ୍ୟ ଵାରି ପୁଲିସ ବିଭାଗର ବିଭିନ୍ନ ୟୁନିଟ୍‌ ଏବ˚ ସିଆର‌୍‌ପିଏଫ୍‌, ବିଏସ୍‌ଏଫ୍‌, ଆଟିବିପି, ସଶସ୍ତ୍ର ସୀମା ବଳ, ଆସାମ ରାଇଫଲ୍‌ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ମୋଟ ୩୩ଟି ଟିମ୍‌ର ୧୨୦୦ ପ୍ରତିଯୋଗୀ ୫ ଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଗ ନେବେ। ପ୍ରତିଯୋଗୀଙ୍କ ବାଦ୍‌ ମୋଟ ୩୦୦ କୋଚ୍‌, ଟେକ୍‌ନିକାଲ୍‌ ଅଫିସର ଏବ˚ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟ ବାହାରୁ ଆସୁଥିବା ମୋଟ ୧୫୦୦ ଅତିଥିଙ୍କ ପାଇଁ କଟକର ଓଏମ୍‌ପି ଷଷ୍ଠ ବାଟାଲିୟନ ଏବ˚ ଭୁବନେଶ୍ବରର କିଟ୍‌ କ୍ୟାମ୍ପସ୍‌, ଏସ୍‌ଓଜି କ୍ୟାମ୍ପସ୍‌, ଏନ୍‌ଡିଆର‌୍‌ଏଫ୍‌ କ୍ୟାମ୍ପସ୍‌, ସିଆର‌୍‌ପିଏଫ୍‌ କ୍ୟାମ୍ପସ୍‌ରେ ରହଣୀ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ପ୍ରତିଯୋଗୀ ଏବ˚ ଅନ୍ୟ ଅଧିକାରୀଙ୍କୁ ବସ୍‌ ଯୋଗେ ଭୁବନେଶ୍ବରରୁ କଟକ ନେବାଆଣିବା କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବକ୍ସିବଜାର ରିଜର୍ଭ ପୁଲିସ ପଡ଼ିଆରେ ଉଭୟ ଉଦ୍‌ଘାଟନ ଓ ଉଦ୍‌ଯାପନୀ ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ଚାରିଟି ବିଭାଗରେ ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତା କଟକ ଜବାହାର‌୍‌ଲାଲ ନେହେରୁ ଇଣ୍ତୋର ଷ୍ଟାଡିୟମ୍‌ ଏବ˚ ସଚ୍ଚିନ୍‌ ତେନ୍ଦୁଲକର ଇଣ୍ତୋର ହଲ୍‌ରେ ଆୟୋଜନ ହେବ। ଏଥିପାଇଁ କଟକ ଓ ଭୁବନେଶ୍ବର ରେଳ ଷ୍ଟେସନ୍‌ ଏବ˚ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସ୍ବତନ୍ତ୍ର ସ୍ବାଗତ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରୁ ରାଜ୍ୟ ବାହାରୁ ଆସୁଥିବା ପ୍ରତିଯୋଗୀଙ୍କ ରହଣୀ ସ୍ଥାନକୁ ପଠାଇବ ବ୍ୟବସ୍ଥା କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ, ଓଡ଼ିଶା ପୁଲିସ ବିଭାଗ ଏ ପ୍ରକାର ଜୀତୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ପ୍ରଥମ ଥର ଆୟୋଜନ କରିବାର ସୁଯୋଗ ପାଇଛି। ୨୦୧୨ରେ ଛତିଆର ବଇରିଠାରେ ସର୍ବ ଭାରତୀୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର