ଭୁବନେଶ୍ବର: ରାଜସ୍ଥାନର ଜାୟପୁରଠାରେ ଚାଲିଥିବା ୬୭ତମ ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟର ପ୍ରତିଯୋଗିତାରେ ଓଡ଼ିଶା ପୁଲିସର ସଫଳ ପ୍ରଦର୍ଶନ ଜାରି ରହିଛି। ରବିବାର ଓଡ଼ିଶା ପୁଲିସ ଗୋଟିଏ ସ୍ବର୍ଣ୍ଣ ସହ ଚାରିଟି ପଦକ ଜିତି ନେଇଛି। ଫଳରେ ଦଳର ମୋଟ ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆଜି ପୁରୁଷ ୭୫ କିଲୋଗ୍ରାମ ସୁନ୍ଦରସ୍ବାସ୍ଥ୍ୟ ବର୍ଗରେ କନେଷ୍ଟବଳ ଜିତେଶ ଦାସ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି କନେଷ୍ଟବଳ ବଲାଲ ଖାନ୍ ୭୦ ଏବଂ ହାବିଲଦାର ଅକ୍ଷୟ ମଲ୍ଲିକ ୫୫ କିଲୋଗ୍ରାମରେ ରୌପ୍ୟ ପଦକ ହାସଲ କରିଥିଲେ। କନେଷ୍ଟବଳ ରଶ୍ମି ରଞ୍ଜନ ସାହୁ ୮୫ କିଲୋଗ୍ରାମରେ କାଂସ୍ୟ ପଦକ ପାଇଥିଲେ। ପୂର୍ବରୁ କେ ରବିକୁମାର ୮୯ କିଲୋଗ୍ରାମ ଭାରୋତ୍ତୋଳନରେ ସ୍ବର୍ଣ୍ଣ ଏବଂ ମିନତି ଦାସ ୪୫ କିଲୋଗ୍ରାମରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ରବିବାର ସୁଦ୍ଧା ଓଡ଼ିଶା ପୁଲିସ ଦୁଇଟି ସ୍ବର୍ଣ୍ଣ, ତିନିଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ପାଇଛି। ସହକାରୀ କମାଣ୍ଡାଣ୍ଟ ଆଶିଷ କୁମାର ଦୁବେ ଦଳର ପ୍ରବନ୍ଧକ ଭାବେ ଜୟପୁର ଯାଇଛନ୍ତି। ଓଡ଼ିଶା ପୁଲିସ ଦଳର ଏହି ସଫଳତାରେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଖୁସି ଜାହିର କରିବା ସହ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସର୍ବଭାରତୀୟ ପୁଲିସ କୁସ୍ତି କ୍ଲଷ୍ଟର, ଓଡ଼ିଶା ପୁଲିସକୁ ଆଉ ୪ ପଦକ
/sambad/media/post_attachments/wp-content/uploads/2019/03/Untitled-7-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)