ସର୍ବଭାରତୀୟ ପୁଲିସ୍‌ କୁସ୍ତି କ୍ଲଷ୍ଟର, ଭାରୋ‌େତ୍ତାଳନରେ ମିନତୀଙ୍କୁ ରୌପ୍ୟ

କଟକ: ରାଜସ୍ଥାନର ଜୟପୁରରେ ଚାଲିଥିବା ୬୭ତମ ସର୍ବଭାରତୀୟ ପୁଲିସ୍‌ କୁସ୍ତି କ୍ଲଷ୍ଟରରେ ଓଡ଼ିଶା ପୁଲିସ୍‌ର ମହିଳା କନଷ୍ଟେବଳ ମିନତୀ ଦାସ ଭାରୋତ୍ତଳନରେ ରୌପ୍ୟ ପଦକ ଜିତିଛନ୍ତି। ଭାରୋତ୍ତୋଳନର ୪୫ କିଗ୍ରା ବର୍ଗରେ ସେ ମୋଟ ୧୧୨ ( କ୍ଲିନ୍‌ରେ ୪୭ ଓ ଜର୍କରେ ୬୫) କିଗ୍ରା ଭାର ଉତ୍ତୋଳନ କରି ରୌପ୍ୟ ପଦକ ଜିତିଥିଲେ। ମିନତୀ ବର୍ତ୍ତମାନ ବ୍ରହ୍ମପୁର ପୁଲିସ୍‌ ଜିଲ୍ଲା ଅଧିନରେ ନିଯୁକ୍ତି ପାଇଥିବା ବେଳେ ଏବେ ପିଟିସି ନୟାଗଡ଼ରେ ପ୍ରଶିକ୍ଷଣ ନେଉଛନ୍ତି। ପୁଲିସ୍‌ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ସଫଳତା ପାଇଁ ମିନତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର