ଜାତୀୟ ଶକ୍ତିଉତ୍ତୋଳନ ପଦକ ବିଜେତାଙ୍କୁ ସମ୍ବର୍ଧନ‌ା

ଭୁବନେଶ୍ବର: ଉତ୍ତର ପ୍ରଦେଶର ଲ‌େକ୍ଷ୍ନୗଠାରେ ଜାତୀୟ କ୍ଲାସିକ୍ ଶକ୍ତିଉତ୍ତୋଳନ‌ ପ୍ରତିଯୋଗିତା‌େର ସଫଳତା‌ ପାଇଥିବା ଓଡ଼ିଶା ଖେଳାଳିମାନଙ୍କୁ ମଙ୍ଗଳବାର ଉତ୍କଳ କରାଟେ ସ୍କୁଲ୍‌ ଏବଂ ରାଜ୍ୟ ସଂଘ ପକ୍ଷରୁ ସମ୍ବର୍ଧିତ କରାଯାଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିମାନେ ୭ ସ୍ବର୍ଣ୍ଣ, ୬ ରୌପ୍ୟ ଓ ୨ କାଂସ୍ୟ ସହ ମୋଟ ୧୫ ପଦକ ଜିତିଥିଲେ। ମହିଳାରେ ଓଡ଼ିଶା ଯୁଗଳ (କନିଷ୍ଠ, ବରିଷ୍ଠ) ବିଜେତା ଏବଂ ପୁରୁଷରେ ଦ୍ବିତୀୟ ରନରଅପ୍ ହୋଇଥିଲା। ସମ୍ବର୍ଧନା ଉତ୍ସବରେ ରାଜ୍ୟ ସଂଘର ଉପସଭାପତି ତଥା ଉତ୍କଳ କରାଟ ସ୍କୁଲ୍‌ର ପ୍ରତିଷ୍ଠାତା ହରି ପ୍ରସାଦ ପଟ୍ଟନାୟକ, ସଂପାଦକ ଚିତ୍ତ ରଂଜନ ସ୍ବାଇଁ, କୋଷାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ମୀର ଅଜମତ୍‌ ଅଲ୍ଲୀ, ହିଂମାଶୁ ଶେଖର ଦାସ, ‌ସତ୍ୟବ୍ରତ ବେହେରା, ସଂଗ୍ରାମ କୁମାର ବେହେରା, ସଂଜୟ କୁମାର ନାଏକ ଏବଂ ସନ୍ତୋଷ କୁମାର ବାରିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର