ଭୁବନେଶ୍ବର: ପଞ୍ଜାବର ଜଲନ୍ଧରସ୍ଥିତ ଲଭ୍ଲି ପ୍ରଫେସ୍ନାଲ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ଜାତୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଅନୁପମା ସ୍ବାଇଁ କାଂସ୍ୟ ପଦକ ଜିତିଛନ୍ତି। ମହିଳା ୫୨ କେଜି ବର୍ଗର ସ୍କ୍ବାଟ୍ରେ ୧୨୫ କେଜି, ବ୍ରେଞ୍ଚ୍ପ୍ରେସ୍ରେ ୬୦ କେଜି ଓ ଡେଡ୍ଲିଫ୍ଟରେ ୧୩୭.୫ କେଜି ଉଠାଇ ଏହି ପଦକ ଜିତିଛନ୍ତି। ଅନୁପମା ୨୦୧୭ ମସିହାରେ ଏହି ବରିଷ୍ଟ ଏସୀୟ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ସ୍ୱର୍ଣ ପଦକ ଲାଭ କରି ବା ସହ ସ୍କ୍ବାଟ୍ରେ ଏସୀୟ ରେକର୍ଡ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୬ (୮ ପୁରୁଷ ଓ ୮ ମହିଳା) ଜଣିଆ ଦଳ ଅଂଶଗ୍ରହଣ କରିଛନ୍ତି। ନିରଞ୍ଜନ ବେବର୍ତ୍ତା ପଟ୍ଟନାୟକ (ପ୍ରବନ୍ଧକ) ଓ ରାକେଶ ଶତପଥୀ (ପ୍ରଶିକ୍ଷକ) ଦଳ ସହ ପଞ୍ଜାବ ଗସ୍ତ କରିଛନ୍ତି।
ଓଡ଼ିଶା ଦଳ: ପଦଲା ଶ୍ରୀନିବାସ , ସୋମେନ ସେନାପତି , କେଶବ ହରିଚନ୍ଦନ, ଯଜ୍ଞଦତ୍ତ ଭୁକ୍ତା , ସମୀର କୁମାର ବିଶ୍ୱାଳ, ଜ୍ୟୋତିରଞ୍ଜନ ବିଶ୍ୱାଳ, ଅଭିଷେକ ସ୍ୱାଇଁ ଓ କପିଳେନ୍ଦ୍ର ସାମଲ, ଅନୁପମା ସ୍ୱାଇଁ, ଧରିତ୍ରୀ ମହନ୍ତ, ରଶ୍ମିତା ମହାରଣା, ପ୍ରଜନାପ୍ରଭା ସାହୁ , ସ୍ମୃତିମୟୀ ସାହୁ, ଦିବ୍ୟଲେଖା ମିଶ୍ର, ରାଜସ୍ମିତା ସାହୁ ଓ ଅନିତା ବେହେରା।