ଭୁବନେଶ୍ବର: ଜଳନ୍ଧରର ଲଭ୍‌ଲି ପ୍ରଫେସନାଲ୍‌ ବିଶ୍ବବିଦ୍ୟାଳୟରେ ଆୟୋଜିତ ଜାତୀୟ ବରିଷ୍ଠ ଶକ୍ତିଉତ୍ତୋଳନ ପ୍ରତିଯୋଗିତାର ଶେଷ ଦିନରେ ଓଡ଼ିଶାର ରାଜସ୍ମିତା ସାହୁ ସ୍ବର୍ଣ୍ଣ ଏବଂ ଅନିତା ବେହେରା ରୌପ୍ୟ ପଦକ ଜିତିଛନ୍ତି। ରାଜସ୍ମିତା ସ୍କ୍ବାଟ୍‌ରେ ୧୭୬ କେଜି ଉତ୍ତୋଳନ କରି ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅନିତା ବେଞ୍ଚ୍‌ ପ୍ରେସ୍‌ରେ ୯୦ କେଜି ଉତ୍ତୋଳନ କରି ରୌପ୍ୟ ପାଇଥିଲେ। ପୂର୍ବରୁ ଅନୁପମା ସ୍ବାଇଁ (୫୨ କେଜି) ଓ ଦିବ୍ୟଲେଖା ମିଶ୍ର (୭୬ କେଜି) ଓଭର୍‌ଅଲ୍‌ରେ କାଂସ୍ୟ ପାଇଥିଲେ।

Advertisment

ଫଳରେ ଓଡ଼ିଶା ମହିଳା ଦଳଗତ ଭାବେ ଏହି ପ୍ରତିଯୋଗିତାରେ ବିଜେତା ହୋଇଛି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୧୬ (୮ ଲେଖାଏଁ ପୁରୁଷ ଓ ମହିଳା) ଜଣ ଅଂଶଗ୍ରହଣ କରିଥିଲେ। ଏହି ସଫଳତା ଲାଗି ଶକ୍ତି ଉତ୍ତୋଳନ ସଂଘ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମହିଳା ଦଳକୁ ସମ୍ବର୍ଦ୍ଧିତ କର‌ାଯିବ ବୋଲି ଘୋଷଣା କରିଛି।