ଭୁବନେଶ୍ବର: ଓଡ଼ିଶା ପିକଲ୍ବଲ୍ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ହାଇୱେ ହୋଣ୍ଡା ଓ ଗ୍ରାଣ୍ଡ୍ ଆବାସଠାରେ ଆୟୋଜିତ ଜାତୀୟ ରୢାଙ୍କିଙ୍ଗ୍ ପିକଲ୍ବଲ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଓଡ଼ିଶାର ଭାର୍ଗବୀ କଲାଗା ରୌପ୍ୟ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ମହିଳା ଓପନ୍ ଏକକ ଫାଇନାଲ୍ରେ ଭର୍ଗବୀ ୧-୧୧, ୩-୧ରେ ଅନୁଜା ମାହେଶ୍ବରୀଙ୍କଠୁ ହାରିଛନ୍ତି। ସଂସ୍କୃତି ତୟାଲ କାଂସ୍ୟ ଜିତିଛନ୍ତି।
ଓପନ୍ ଏକକ ପୁରୁଷରେ ତେଜାସ ମହାଜନ, ମୟୁର ପାଟିଲ ଓ ସୋନୁ କୁମାର ଏବଂ ପୁରୁଷ ଯୁଗଳରେ ତେଜାସ-ବଂଶିକ କପାଡ଼ିଆ, ରୋହିତ ପାଟିଲ-ସୋନୁ କୁମାର ଏବଂ କୁଳଦୀପ ମହାଜନ-ମୟୁର ପାଟିଲ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ, କାଂସ୍ୟ ଜିତିଛନ୍ତି। ମହିଳା ଯୁଗଳରେ ଅନୁଜା ମାହେଶ୍ବରୀ ଓ ବୃଶାଳି ଠାକ୍ରେ, ଅର୍ପଣା ଚୌଧୁରୀ ଓ ସାକ୍ଷୀ ବଭିସ୍କର ଏବଂ ଅଞ୍ଜଳି ପୋଲ ଓ ଆରାଧ୍ୟା ସତପୁତେ ପ୍ରଥମ ୩ ସମ୍ମାନ ପାଇଛନ୍ତି। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ଗ୍ରୁଜ୍-ଜି’ର ପରିଚାଳନା ନିର୍ଦେଶକ ଆଶିଷ ଗର୍ଗ, ଏଆଇପିଏର ସଭାପତି ଅରବିନ୍ଦ ପ୍ରଭୂ, ପିଏଓ ସଭାପତି ଶକ୍ତିରଂଜନ ଦାଶ, ସମ୍ପାଦକ ଶୁଭ୍ରାଂଶୁ ଷଡ଼ଙ୍ଗୀ, ଯୁଗ୍ମସମ୍ପାଦକ ଅନମୋଲ ଦାଶ ଯୋଗଦେଇଥିଲେ।