ଭୁବନେଶ୍ୱର: ପଞ୍ଜାବର ଅମୃତସର ସ୍ଥିତ ଗୁରୁ ନାନକ ଦେବ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ଜାତୀୟ ଅନ୍ତଃ ଜୋନ୍ ଫିଫ୍ଟିନ୍ସ ମହିଳା ରଗବି ପ୍ରତିଯୋଗିତାରେ ଓଡ଼ିଆ ଝିଅ ମୀନାରାଣୀ ସାହୁଙ୍କୁ ଚମକ ଦେଖିବାକୁ ମିଳିଛି। ପଶ୍ଚିମାଞ୍ଚଳର ପ୍ରତିନିଧିତ୍ୱ କରି ମୀନା ଏହି ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରିବା ସହ ନିଜ ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ମାଲୁଦର ମଫସଲ ଗାଁ ବଳରାମପୁରର ବାସିନ୍ଦା ଏକାଦଶୀ ଏବଂ କୁମାରୀ ସାହୁଙ୍କ ଝିଅ ମୀନା ମୁମ୍ବାଇର ମାଜିସିଆନ ଫାଉଣ୍ଡେସନ୍ ଭାରତ ରଗବି ଦଳର ପ୍ରତିନିଧିତ୍ୱ କରିବା ପରେ ପଶ୍ଚିମାଞ୍ଚଳରୁ ଖେଳିବାର ସୁଯୋଗ ପାଇଥିଲେ। ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମାଞ୍ଚଳ ଓ ଗୁଜୁରାଟ ଖେଳାଳିଙ୍କୁ ନେଇ ଗଠିିତ ପଶ୍ଚିମାଞ୍ଚଳ ଦଳ ତାର ସବୁ ମ୍ୟାଚ୍ ଜିତି ଶତପ୍ରତିଶତ ସଫଳତା ପଇଥିଲା। ଏହି ପ୍ରତିଯୋଗିତାରେ ପଶ୍ଚିମାଞ୍ଚଳ ଶକ୍ତିଶାଳୀ ଦକ୍ଷିଣାଞ୍ଚଳ ସହ ଉତ୍ତରାଞ୍ଚଳ, ପୂର୍ବାଞ୍ଚଳ ଓ କେନ୍ଦ୍ରାଞ୍ଚଳକୁ ପରାସ୍ତ କରିଥିଲା। ଏହି ପ୍ରତିଯୋଗିତାରୁ ଏସୀୟ ଫିଫ୍ଟିନ୍ସ ରଗବି ଲାଗି ସମ୍ଭାବ୍ୟ ଭାରତୀୟ ଦଳ ବଛା ହୋଇଥିଲେ। ଏହି ଦଳରେ ସ୍ଥାନ ପାଇବାକୁ ମୀନା ଆଶା ରଖିଛନ୍ତି।
ଜାତୀୟ ରଗ୍ବିରେ ମୀନାଙ୍କ ଚମକ
/sambad/media/post_attachments/wp-content/uploads/2018/04/Mina.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)