ଭୁବନେଶ୍ୱର: ଚେନ୍ନାଇରେ ଚାଲିଥିବା ୫୫ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ଓଡ଼ିଶାରୁ ଏକ ୧୯ ଜଣିଆ ଦଳ ଭାଗ ନେଇଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଅଲିମ୍ପିକ ସଂଘର ସ୍ୱୀକୃତିପ୍ରାପ୍ତ ଏହି ଖେଳର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଓଡ଼ିଶା ରୋଲଣ୍ ସ୍କେଟିଂ ସଂଘ’ ପକ୍ଷରୁ ଏହି ଦଳ ପ୍ରତିନିଧିତ୍ୱ କରୁଛି ବୋଲି ସମ୍ପାଦକ ପାର୍ଥ ସାରଥୀ ଜେନା ଜଣାଇଛନ୍ତି। ତାମିଲନାଡୁ ରୋଲର୍ ସ୍କେଟିଂ ସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗତାରେ ୮ରୁ ୧୨, ୧୨ରୁ ୧୬ ଏବଂ ୧୬ ବର୍ଷରୁ ଊର୍ଧ୍ୱ ବର୍ଗରେ ପ୍ରତିଦ୍ୱନ୍ଦ୍ୱୀତା ହେଉଛି।
ଓଡ଼ିଶା ଦଳ: ପ୍ରଥମେଶ ପଟ୍ଟନାୟକ, ରୌନକ କ୍ଷତ୍ରୀ, ସୁହାନୀ ନନ୍ଦ, ସେଫାଳିକା ମହାପାତ୍ର, ଉମରାଭିଲୀ ଯଶସ୍ୱୀ, ଆଦିତ୍ୟ ପଟ୍ଟନାୟକ, ସିଦ୍ଧେଶ୍ୱର ଦଳବେହେରା, ନୁପୁର ସାସମଲ, ଚିନ୍ମୟୀ ଗନ୍ତାୟତ, ଜାନକୀ ଧର୍ମ ତେଜା, କାନଭ ପାରିକ୍, ଚିତ୍ରାକ୍ସ ପାତ୍ର, କମଳେଶ ନାୟକ, ଓମ୍କାର ଷଡ଼ଙ୍ଗୀ, ନିଖିଳେଶ ନାୟକ, ନେହା ପାତ୍ରୋ, ୟେଡଲା ବାବି, ଧନଞ୍ଜୟ ହେମ୍ବ୍ରମ୍, ନନ୍ଦା ସିନୁ।
ଜାତୀୟ ରୋଲ୍ର ସ୍କେଟିଂରେ ଓଡ଼ିଶା
/sambad/media/post_attachments/wp-content/uploads/2018/01/21-Roller-Skating.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)