ଜାତୀୟ ରଗ୍‌ବିରେ ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ବର: ଜାତୀୟ ରଗ୍‌ବି ସେଭେନ୍‌ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ଜିତିଛି। ବିହାରର ପାଟନାସ୍ଥିତ ପାଟିଳପୁତ୍ର ଷ୍ଟାଡିୟମରେ ଆୟୋଜିତ ଏହି ପ୍ରତିଯୋଗିତାର ଫାଇନାଲ୍‌ରେ ଓଡ଼ିଶା ୧୨-୧୭ରେ ଆୟୋଜକ ବିହାରଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ‌ତେବେ‌ ପୁରୁଷ ଦଳ ଷଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଗୋଆରେ ଆୟୋଜିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ମହିଳା ଦଳ: ମଞ୍ଜୁଲତା ପ୍ରଧାନ, ପୂନମ ସିଂହ, ରଜନୀ ସବର, ସୋନି ମନ୍ଦାଙ୍ଗୀ, ପାର୍ବତୀ କିସ୍କୁ, ଜେମାମଣୀ ନାଏକ, ସୁମିତ୍ରା ନାୟକ, ହୁପି ମାଝୀ (ଅଧିନାୟିକା), ଦୁମୁନି ମାରାଣ୍ଡି, ତନୟା ସବର, ବାସନ୍ତୀ ପାଙ୍ଗୀ, ମମତା ପାତ୍ର।

ସମ୍ବନ୍ଧିତ ଖବର