ଭୁବନେଶ୍ବର: ବିହାରର ପାଟନାରେ ଆଜିଠାରୁ ଆରମ୍ଭ ହୋଇଥିବା ନବମ ଜାତୀୟ ବରିଷ୍ଠ (ପୁରୁଷ ଓ ମହିଳା) ରଗ୍ବି ସେଭେନ୍ସ ପ୍ରତିଯୋଗିତାରେ ଓଡ଼ିଶାର ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ପାଟଳିପୁତ୍ର ସ୍ପୋର୍ଟ୍ସ କଂପ୍ଲେକ୍ସରେ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଗୁରୁବାର ପ୍ରଥମ ଦିବସରେ ଓଡ଼ିଶା ପୁରୁଷ ଦଳ ୩୬-୦ରେ ମଣିପୁରକୁ ଏବଂ ମହିଳା ଦଳ ୫୭-୦ରେ ମଧ୍ୟ ପ୍ରଦେଶକୁ ପରାସ୍ତ କରିଦେଇଛି।
ଜାତୀୟ ରଗ୍ବି ସେଭେନ୍ସ: ଓଡ଼ିଶା ପୁରୁଷ ଓ ମହିଳା ଦଳର ବିଜୟ ଅଭିଯାନ
/sambad/media/post_attachments/wp-content/uploads/2022/06/f5h4sf654hsf65h4fh4fhsfh5f6h4hf65.jpg)