ଭୁବନେଶ୍ୱର: ଆସନ୍ତା ମାସ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଚଣ୍ଡିଗଡ଼ରେ ହେବାକୁ ଥିବା ଦ୍ୱିତୀୟ ଜାତୀୟ ସାଭାତେ (ଫରାସୀ କିକ୍ ବକ୍ସିଂ) ପ୍ରତିଯୋଗିତା ଲାଗି ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି। ଓଡ଼ିଶା ସାଭାତେ ସଂଘ ଆନୁକୂଲ୍ୟରେ ଜୁନ୍ ୩୧ରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଭୁବନେଶ୍ୱର ୟୁନିଟ୍-୬ ସ୍ଥିତ ପୁମାସ୍ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ପ୍ରଥମ ରାଜ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିମାନେ ଏହି ଦଳରେ ସ୍ଥାନ ପାଇଛନ୍ତି। ପ୍ରଥମ ଥର ଲାଗି ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବରା ଓଡ଼ିଶା ଦଳକୁ ସଂଘର ଅଧ୍ୟକ୍ଷ ଏସ୍ଏସ୍ ହରିଚନ୍ଦନ, ସଭାପତି ମନୋଜ ଶୁକ୍ଲା, ଉପସଭାପତି ବିଭୁତି ଭୂଷଣ ବେହେରା ଶୁଭେଚ୍ଛା ସହ ସଫଳତା କାମନା କରିଛନ୍ତି। ପୃଥ୍ଵୀରାଜ ହରିଚନ୍ଦନ (ଜାତୀୟ ରେଫରି/ ଜଜ୍) ଏବଂ ସୁସ୍ମିତା କୌର ପ୍ରବନ୍ଧକ ଭାବେ ଦଳ ସହ ଏହି ଗସ୍ତ କରିବେ। ଦଳ: ଆଫ୍ରିନା ଜହୁର, ସ୍ଥିତପ୍ରଜ୍ଞାନ୍ ମହାନ୍ତି, ପ୍ରିୟଙ୍କା ତ୍ରିପାଠୀ, ଶିବ ସଧାନ ହାଂସ୍ଦା, ଅର୍ପିତ ବେହେରା, ହର୍ସିତା ପ୍ରଧାନ, ଅନେ୍ଵଶା ପଲାଇ, ଆଶୁତୋଷ ଖାଡଙ୍ଗା।
ଜାତୀୟ ସାଭାତେ ଲାଗି ଓଡ଼ିଶା ଦଳ ଘୋଷିତ
/sambad/media/post_attachments/wp-content/uploads/2018/07/National-savate.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)