ଜାତୀୟ ବିଦ୍ୟାଳୟ ଚୋଇକୋଣ୍ଡୋ

ଓଡ଼ିଶାକୁ ୪ ପଦକ

ଭୁବନେଶ୍ୱର: ଛତିଶଗଡ଼ର ବିଳାସପୁରାରେ ଆୟୋଜିତ ଜାତୀୟ ବିଦ୍ୟାଳୟ ଚୋଇକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଓ ରୌପ୍ୟ ଏବଂ ୨ କାଂସ୍ୟ ସହ ମୋଟ ୪ ପଦକ ମିଳିଛି। ବାଳକ ବର୍ଗରେ ସୂର୍ଯ୍ୟକାନ୍ତ ସାହୁ ସ୍ୱର୍ଣ୍ଣ ଜିତିଥିଲା ବେଳେ ଘୁନେଶ୍ୱର ରାଉତ କାଂସ୍ୟ ଜିତିଥିଲେ। ବାଳିକା ବର୍ଗରେ ଧରିତ୍ରୀ ରାଉତ ରୌପ୍ୟ ଏବଂ ମଧୁସ୍ମିତା ଦାସ କାଂସ୍ୟ ପଦକ ଜିତିଥିଲେ। ପ୍ରଶିକ୍ଷକ ମହାତାବ ଆଡ଼୍‌ଜୁଡ଼ା ଏବଂ ବିଜୟ କୁମାର ଭୋଇଙ୍କ ନେତୃତ୍ୱରେ ୧୯ ଜଣ ପ୍ରତିଯୋଗୀ ଓଡ଼ିଶାରୁ ଅଂଶଗ୍ରହଣ କରିଥିଲେ। ଏହି ସଫଳତା ଲାଗି ଓଡ଼ିଶା ଚୋଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ବିଭୂତି ଭୂଷଣ ବେହେରା, ସଭାପତି ଦିଲ୍ଲୀପ ତିର୍କି, ଉପସଭାପତି ନୀଳମାଧବ ନନ୍ଦ, ସହ ନିର୍ଦେଶିକା (ଶାରୀରିକ ଶିକ୍ଷା) ଲକ୍ଷ୍ମୀପ୍ରିୟା ଦେଇ, ପୂର୍ବତନ ସହନିର୍ଦେଶକ ପ୍ରଭାକର ମଙ୍ଗରାଜ, ଶାରୀରିକ ଶିକ୍ଷା ଶିକ୍ଷକ ଲଲିତ କୁମାର ମାର୍ଥା ଏବଂ ପୁରୁଷୋତ୍ତମ ମୁଦୁଲି ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର