ଜାତୀୟ ବିଦ୍ୟାଳୟ ସିପକ୍‌ଟାକ୍ରରେ ଓଡ଼ିଶା ବିଜେତା

କଟକ: ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଚଳିତ ମାସ ୧୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଭାରତୀୟ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ମହାସଂଘ (ଏସ୍‌ଜିଏଫ୍‌ଆଇ)ର ୬୪ ତମ ଜାତୀୟ ବିଦ୍ୟାଳୟ ସିପକ ଟାକ୍ର ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ଶେଷ ଦିନରେ ଓଡ଼ିଶା ବାଳିକା ଦଳ ମହାରାଷ୍ଟ୍ରକୁ ୨-୦ ରେ ପରାସ୍ତ କରି ବିଜେତା ହୋଇଥିବା ବେଳେ ବାଳକ ଦଳ ଆନ୍ଦ୍ରପ୍ରଦେଶଠାରୁ ୦-୨ରେ ପରାସ୍ତ ହୋଇ ଉପ ବିଜେତା ହୋଇଛି। ଓଡ଼ିଶା ଦଳର ଏହି ସଫଳତା ପାଇଁ ଶାରୀରିକ ଶିକ୍ଷା ସହ ନିର୍ଦ୍ଦେଶକ ତଥା କଟକର ଶାରୀରିକ ଶିକ୍ଷା ନିରୀକ୍ଷକ ଲଷ୍ମୀପ୍ରିୟା ଦେଇ ଓ ଓଡ଼ିଶା ରାଜ୍ୟ ସିପକଟାକ୍ର ସଂଘର ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଶୁଭେଛା ଜଣାଇଛନ୍ତି ।

ସମ୍ବନ୍ଧିତ ଖବର