ଜାତୀୟ ବିଦ୍ୟାଳୟ କ୍ରୀଡ଼ାରେ, ଆର୍ଯ୍ୟନ୍ ଓ ସବିତାଙ୍କୁ ରୌପ୍ୟ

ଭୁବନେଶ୍ବର: ହରିଆଣାର ରୋହତକଠାରେ ଚଳିତ ମାସ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଜାତୀୟ ବିଦ୍ୟାଳୟ କ୍ରୀଡ଼ାର ଦୌଡ଼କୁଦ ବର୍ଗରେ ଓଡ଼ିଶାକୁ ଦୁଇଟି ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୪ ଜଣିଆ ଦଳ ଅଂଶ ଗ୍ରହଣ କରିଥିଲା। ତେବେ ବାଳକ ୪୦୦ ମିଟରରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ଆର୍ଯ୍ୟନ୍ ଏକ୍କା‌ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ପାଇଥିଲେ। ସେମିଫା‌ଇନାଲରେ ୫୧.୬୨ ସେକେଣ୍ଡ ସମୟ ନେଇଥିବା ଆର୍ଯ୍ୟନ୍ ଫାଇନାଲରେ ତାଠାରୁ ଟିକିଏ ଅଧିକ ଅର୍ଥାତ୍ ୫୨.୦୭ ସେ‌କେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ। ଆର୍ଯ୍ୟନ୍ ଜଣେ ଚମତ୍କାର ଖେଳାଳି। ତାଙ୍କ ଭବିଷ୍ୟତ ବହୁତ ଉଜ୍ଜ୍ବଳ ବୋଲି ପ୍ରଶିକ୍ଷିକା ଲିପିକା ମହାପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟତମ ସଫଳ ତାରକା ଭାବେ ସୁନ୍ଦରଗଡ଼ କ୍ରୀଡ଼ା‌ ଛାତ୍ରାବାସର ସବିତା ଟପ୍ପୋ ୮୦ ମିଟର ବାଧା ଦୌଡ଼ର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର